୨୪ ଘଂଟାରେ ୩୬,୮୪୫ ନମୂନା ପରୀକ୍ଷା : ୬ ହଜାର ଆକ୍ରାନ୍ତ ଚିହ୍ନଟ, ୧୦ ମୃତ; କରୋନା ପଜିଟିଭିଟି ରେଟ ୧୬.୪୮ %

280

କନକ ବ୍ୟୁରୋ : ରାଜ୍ୟରେ ୬ ଦିନ ହେଲା ୬ହଜାର ଉପରେ ଦୈନିକ ସଂକ୍ରମଣ ସଂଖ୍ୟା । ୨୪ ଘଂଟାରେ ୬୦୭୩ ସଂକ୍ରମିତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୨ , ବଲାଙ୍ଗୀରରୁ ୪୫୭, ନୂଆପଡାରୁ ୪୦୦, ସୁନ୍ଦରଗଡରୁ ୩୭୧, ଝାରସୁଗୁଡାରୁ ୩୫୯, ବରଗଡରୁ ୨୮୬, କଳାହାଣ୍ଡିରୁ ୨୭୭, କେନ୍ଦୁଝର ୨୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ପୁରୀରୁ ୨୬୬, ଗଞ୍ଜାମରୁ ୨୦୯, ନବରଙ୍ଗପୁରରୁ ୨୦୬, କଟକରୁ ୧୯୮, ସମ୍ବଲପୁରରୁ ୧୫୮, ମୟୂରଭଞ୍ଜରୁ ୧୪୯, ନୟାଗଡ଼ରୁ ୧୧୦, ଯାଜପୁରରୁ ୧୦୭, ରାୟଗଡ଼ାରୁ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଗଜପତି ଜିଲ୍ଲାରୁ ଗତ ୨୪ ଘଣ୍ଟା ଭିତରେ ୭୯, କୋରାପୁଟ ଜିଲ୍ଲାରୁ ୭୬, ସୁବର୍ଣ୍ଣପୁରରୁ ୭୪ ଓ ଷ୍ଟେଟ୍ ପୁଲରୁ ୨୧୩, କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ପରୀକ୍ଷା କରାଯାଇଥିବା ୩୬ ହଜାର ୮୪୫ ନମୁନା ପରୀକ୍ଷାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ଟପିଲା । ଦିନକରେ ଆଉ ୧୦ଜଣଙ୍କର ମୃତ୍ୟୁ ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୦୦୭କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୪, ସୁନ୍ଦରଗଡରୁ ୩, ରାୟଗଡାରୁ ୩, ବୌଦ୍ଧରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୬ ଦିନରେ କରୋନା ଯୋଗୁଁ ରାଜ୍ୟରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି ।

ଅର୍ଥାତ ଗତ ୨୪ଘଂଟାରେ ରାଜ୍ୟରେ କମ୍ ନମୁନା ପରୀକ୍ଷା କରାଯାଇଛି । ଫଳରେ କରୋନା ପଜିଟିଭିଟି ରେଟ୍ ୧୬.୪୮ ପ୍ରତିଶତ ହୋଇଛି । ୨୫ରେ ୩୯ ହଜାର ୬୪୨ ନମୁନା ପରୀକ୍ଷା କରାଯାଇଥିବାବେଳେ ୬୫୯୯ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ୨୪ତାରିଖରେ ୪୩ ହଜାର ୭୬୫ ନମୁନାରୁ ୬୧୧୬, ପଜିଟିଭ୍ ବାହାରିଥିଲେ । ୨୩ରେ ୪୧ହଜାର ୧୭ ନମୁନାରୁ ୬ହଜାର ୬୪୭ ପଜିଟିଭ୍ ହୋଇଥିଲେ । ଅନ୍ୟପଟେ ଗତ ୨୪ ଘଂଟାରେ ରାଜ୍ୟରେ ୪ ହଜାର ୧୮୦ ଜଣ ସୁସ୍ଥ ହୋଇଛନ୍ତି ।