କଲେଜ୍ କ୍ୟାମ୍ପସରେ ଆଖିର ଇସାରା ପଡ଼ିବ ମହଙ୍ଗା ! ଆଖି ମରା ହେବ Raggingର ପରିସର ଭୁକ୍ତ ।

45

କନକ ବ୍ୟୁରୋ : କଲେଜ୍ କ୍ୟାମ୍ପସରେ Raggingକୁ ଆଉ ବରଦାସ୍ତ କରାଯିବ ନାହିଁ । ଆଖି ମାରିଲେ ବି କାର୍ଯ୍ୟାନୁଷ୍ଠାନ ହେବ । କଲେଜ କ୍ୟାମ୍ପସରେ ର୍ୟାଗିଂ ଭଳି ଆଚରଣ ଉପରେ ଲଗାମ୍ ଲଗାଇବା ପାଇଁ ଆଂଟି ର୍ୟାଗିଂ ସେଲକୁ ଅଧିକ କ୍ରିୟାଶୀଳ କରିବାକୁ ନିଷ୍ପତି ନେଇଛି ଉଚ୍ଚଶିକ୍ଷା ବିଭାଗ ।

ଆଖିର ଇସାରା କାହାକୁ ରାତାରାତି ସେଲିବ୍ରିଟିର ସ୍ୱୀକୃତି ଦେଇଦିଏ, ତ ଆଉ କେଉଁଠି ଆଖିର ପଲକ ପଡିଲେ ରାଜନୀତି ସରଗରମ ହୁଏ । ଆଖି ମରାକୁ ଶୀର୍ଷକରେ ଫିଲ୍ମ ହୁଏ, ମନଛୁଆ ଗୀତ ବି ନିର୍ମାଣ ହୁଏ । ହେଲେ କଲେଜ୍ କ୍ୟାମ୍ପରେ ଆଖି ମାରିଲେ ଏଣିକି ବହୁ ମୁଲ୍ୟ ଦେବାକୁ ପଡ଼ିବ । କାରଣ ଆଖି ମାରିଲେ ବି ହେବ କାର୍ଯ୍ୟାନୁଷ୍ଠାନ । ର୍ୟାଗିଂର ପରିସର ଭୁକ୍ତ ହେବ ଆଖି ମରା ।
କଲେଜ କ୍ୟାମ୍ପରେ ର୍ୟାଗିଂ ଭଳି ମାରାତ୍ମକ ଆଚରଣ ଉପରେ ଲଗାମ୍ ଲଗାଇବା ପାଇଁ ଆଂଟି ର୍ୟାଗିଂ ସେଲକୁ ଅଧିକ କ୍ରିୟାଶୀଳ କରିବାକୁ ନିଷ୍ପତି ଦେଇଛି ଉଚ୍ଚଶିକ୍ଷା ବିଭାଗ । ଛାତ୍ର କିମ୍ବା ଛାତ୍ରୀଙ୍କୁ କୌଣସି ପ୍ରକାର ମାନସିକ, ଶାରୀରିକ ଦୁର୍ବ୍ୟବହାର, ଖରାପ ଆଚରଣ, ଇଚ୍ଛା ବିରୋଧରେ ଆଲିଙ୍ଗନ, ଯୌନ ନିର୍ଯାତନା ଆଦି ଅଭିଯୋଗ ଆସିଲେ ତାକୁ ର୍ୟାଗିଂ ଭାବରେ ଗଣାଯିବ । କେବଳ ଏତିକି ନୁହେଁ, ବିଭାଗୀୟ ମନ୍ତ୍ରୀ କହିଛନ୍ତି- ର୍ୟାଗିଂକୁ ଆଉ ବରଦାସ୍ତ କରାଯିବ ନାହିଁ । ଆଖି ମାରିଲେ ବି କାର୍ଯ୍ୟାନୁଷ୍ଠାନ ହେବ ।

କଲେଜ୍ କ୍ୟାମ୍ପସରେ ର୍ୟାଗିଂ ଭଳି କୁତ୍ସିତ ପ୍ରଥା ବନ୍ଦ ହେବା ଉଚିତ୍, ଏଥିରେ କୌଣସି ଦ୍ୱିମତ ନାହିଁ । ହେଲେ ଆଖି ମରାକୁ ଯଦି ର୍ୟାଗିଂର ପରିସର ଭୁକ୍ତ କରାଯାଏ । ତେବେ ଦ୍ୱନ୍ଦ୍ୱ ଉପୁଜିବା ସ୍ୱାଭାବିକ । କାରଣ କିଏ କେଉଁ ଉଦ୍ଦେଶ୍ୟ ରଖି ଆଖି ମାରିଲା, ତାହା ଜାଣିବା ହୁଏତ କଷ୍ଟକର । ବଡ କଥା ହେଉଛି, ଗତ ୫ବର୍ଷରେ ଓଡ଼ିଶାରେ ୨୦୭ଟି ର୍ୟାଗିଂ ଅଭିଯୋଗ ହୋଇଛି । କ୍ୟାମ୍ପସରେ ର୍ୟାଗିଂ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶାର ସ୍ଥାନ ଚତୁର୍ଥ । କେବଳ ୨୦୦୭ ମସିହାରେ ୪୬ଟି ମାମଲା ରୁଜୁ ହୋଇଛି । ହୁଏତ ଅଭିଯୋଗ ହୋଇନଥିବା ସଂଖ୍ୟା ଏହି ସଂଖ୍ୟାଠାରୁ ଖୁବ୍ ଅଧିକ ହୋଇପାରେ ।

– ଯଦି ଜଣଙ୍କର ଆଖି ସମସ୍ୟା ଅଛି ତେବେ ସେ କ୍ଷେତ୍ରରେ ଆଖି ମରାକୁ କେମିତି ଗ୍ରହଣ କରାଯିବ ?

-ଆଖି ମରାକୁ ଆଳକରି ଯଦି ଉର୍ଦ୍ଦେଶ୍ୟମୂଳକ ଭାବରେ ଅଭିଯୋଗ ଆସିଲେ କ’ଣ କରାଯିବ ?