କନକ ବ୍ୟୁରୋ: ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ । ବ୍ୟକ୍ତିଗତ କାର୍ୟ୍ୟରେ ହେଲିକେପ୍ଟରରେ ବୁଲିବାକୁ ନେଇ ତଦନ୍ତ ଚାଲିଛି, ଖୁବଶୀଘ୍ର ନିର୍ୟ୍ୟାସ ଆସିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ଯାହା ଲୋକଙ୍କ ମନରେ ସନ୍ଦେହ ଅଛି ତାହା ସତ ହୋଇପାରେ । ଅପେକ୍ଷା କରନ୍ତୁ ପାଣ୍ଡିଆନଙ୍କ ଉପରେ ସରକାର ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି । ଦୁର୍ନୀତି ବିରୁଦ୍ଧରେ ଆମ ସରକାର ଶୁନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି। ତେଣୁ ହେଲିକ୍ୟାପ୍ଟର ବୁଲାର ନିର୍ଯ୍ୟାସ ଅଳ୍ପ ଦିନ ମଧ୍ୟରେ ବାହାରିବ।

Advertisment

ବିଜେଡି ଶାସନରେ ଥିବାବେଳେ ଭିକେ ପାଣ୍ଡିଆନ୍ ନିଜର ଆଧିପତ୍ୟ ଦେଖାଇ ବିଭିନ୍ନ ସ୍ଥାନକୁ ହେଲିକପ୍ଟର ଗସ୍ତ କରୁଥିଲେ । ଯେଉଁଥିରେ ରାଜସ୍ୱରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ଜଣେ ସଚିବ ସ୍ତରୀୟ ବ୍ୟକ୍ତି କାହା ଅନୁମତିରେ ହେଲିକପ୍ଟରରେ ଗସ୍ତ କରୁଥିଲେ ବୋଲି ପ୍ରଶ୍ନ କରିଛି ବିଜେପି ସରକାର । ତେଣୁ ଏନେଇ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।