ଖଣି ପାଣ୍ଠି ଦୁର୍ନୀତିର ହେବ ତଦନ୍ତ, ଖାଇଥିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ବନ୍ଧା ହେବେ ଦୁର୍ନୀତିଗ୍ରସ୍ତ

Advertisment
ଖଣି ପାଣ୍ଠି ଦୁର୍ନୀତିର ହେବ ତଦନ୍ତ, ଖାଇଥିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ବନ୍ଧା ହେବେ ଦୁର୍ନୀତିଗ୍ରସ୍ତ

କନକ ବ୍ୟୁରୋ: ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ବା ଡିଏମଏଫ ପାଣ୍ଠି ଦୁର୍ନୀତିର ହେବ ଖୋଳତାଡ। ପୂର୍ବ ସରକାର ଅମଳରେ କୋଟି କୋଟି ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି, ତାର ତଦନ୍ତ କରିବେ ମୋହନ ସରକାର। ଆଉ ଦୁର୍ନୀତିରେ ଯେଉଁମାନେ ସମ୍ପୃକ୍ତି ଅଛନ୍ତି ସେମାନଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ।

  • ଡିଏମଏଫ ଦୁର୍ନୀତିର ହେବ ତଦନ୍ତ
  • ବନ୍ଧା ହେବେ ଦୁର୍ନୀତିଗ୍ରସ୍ତ !

ଖଣି ଖାଦାନ ଭରା ଅଞ୍ଚଳର ବିକାଶ ପାଇଁ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସୁନ୍ଦରଗଡ, କେନ୍ଦୁଝର, ଯାଜପୁର, ଅନୁଗୁଳ, ଝାରସୁଗୁଡା, ମୟୂରଭଞ୍ଜ, ରାୟଗଡା, କୋରାପୁଟର ବିକାଶ ପାଇଁ ଡିଏମଏଫ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏହି ଟଙ୍କାରୁ ଅଧିକ ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଛି ଖଣି ବିଭାଗ। ଡିଏମଏଫ ଦୁର୍ନୀତିର ତଦନ୍ତ ସହ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖଣି ମନ୍ତ୍ରୀ କହିଛନ୍ତି।

ଖଣି ଅଞ୍ଚଳରେ ରହୁଥିବା ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ, ଉନ୍ନତମାନର ସ୍ୱାସ୍ଥ୍ୟ ସେବା, ଶିକ୍ଷା, ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ, ମହିଳା ଓ ଶିଶୁ ବିକାଶ, ଦକ୍ଷତା ବୃଦ୍ଧି, ପରିମଳ ଓ ବାସଗୃହ ପାଇଁ ପ୍ରାୟ ୧୯ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଡିଏମଏଫ ପଣ୍ଡ

  • କେନ୍ଦୁଝର ଜିଲ୍ଳାରେ ସର୍ବାଧିକ ୧୧ ହଜାର କୋଟି
  • ସୁନ୍ଦରଗଡ ଜିଲ୍ଲାରେ ପାଖାପାଖି ୭ ହଜାର କୋଟି
  • ଯାଜପୁରରେ ୨୨୫୦ କୋଟି
  • ଅନୁଗୁଳରେ ୧୬ ଶହ କୋଟି
  • ଝାରସୁଗୁଡାରେ ୩୮୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି

ସେହିପରି ମୟୁରଭଞ୍ଜରେ ୧୦୦କୋଟି, ରାୟଗଡାରେ ୨୬ କୋଟି ଓ କୋରାପୁଟରେ ୪୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏହି ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ତାହା ସ୍ପଷ୍ଟ ହେଉନି। ଅଧିକ ଟଙ୍କା ଖାତା କଲମରେ ଖର୍ଚ୍ଚ ହୋଇଥିବା ଅଭିଯୋଗ ଆଣିଛନ୍ତି ସାମାଜିକ କର୍ମୀ। ଡିଏମଏଫ ଫଣ୍ଡ ଟଙ୍କାକୁ କିଛି ଦୁର୍ନୀତିଗସ୍ତ ଅଧିକାରୀ ଓ ଅସାଧୁ ରାଜନେତା ଲୁଟି ନେଇଥିବା ଅଭିଯୋଗ ପରେ କନକ ନ୍ୟୁଜ୍ ବାରମ୍ବାର ଖବର ପ୍ରସାରଣ କରିଥିଲା । ଆଉ ଏବେ ସରକାର ତଦନ୍ତ କରିବା ପରେ ପୂରା ତଥ୍ୟ ପଦାକୁ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe