କନକ ବ୍ୟୁରୋ: ମହାନଦୀରେ ଡଙ୍ଗା ବୁଡି ଘଟଣାରେ ଡଙ୍ଗା ଚାଳକ ଓ ଡଙ୍ଗା ଘାଟ ମାଲିକ ଗିରଫ ହୋଇଛନ୍ତି । ଏହି ଦୁଇଜଣ ଅଭିଯୁକ୍ତ ହେଲେ ଜିତ ପାଣ୍ଡେ ଓ ନାରାୟଣ ଭୋଇ । ଘଟଣା ପରେ ସେମାନଙ୍କୁ ଅଟକ ରଖିଥିଲା ପୁଲିସ ।

ଝାରସୁଗୁଡା ଲଖନପୁର ସ୍ଥିତ ଶରଧା ନିକଟ ମହାନଦୀରେ ଏଭଳି ଦୁଃଖଦ ଘଟଣା ଘଟିଥିଲା । ଡଙ୍ଗାରେ ପାଖାପାଖି ୫୪ଜଣ ଯାତ୍ରୀ ବରଗଡ଼ ବାଞ୍ଜିପାଲିରୁ ଝାରସୁଗୁଡ଼ା ସରଧା ଡଙ୍ଗା ଘାଟକୁ ଆସୁଥିଲେ । ବରଗଡ଼ ପଥରାସେନୀରେ ପୂଜାର୍ଚ୍ଚନା କରି ଫେରୁଥିବା ବେଳେ ସରଧା ଘାଟି ନିକଟିରେ ଦୁର୍ଘଟଣା ହୋଇଥିଲା । ଡଙ୍ଗାରେ ଥିବା ବରଗଡ଼ ଓ ଝାରସୁଗୁଡ଼ାର ୯ ଜଣ ଏବଂ ଛତିଶଗଡ଼ର ୩୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ୨୦ ଘଂଟାର ଅପରେସନ ପରେ ମହାନଦୀରୁ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେପଟେ ଛତିଶଗଡରେ ଆଜି ମୃତ ୮ଜଣଙ୍କ ଶେଷକୃତ୍ୟୁ ହୋଇଛି । ଏହି ସମୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା