କନକ ବ୍ୟୁରୋ: ମହାରାଷ୍ଟ୍ର କ୍ୟାଡର ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା ଆହୁରି ଅଧିକ ବଢିଛି । ବିବାଦରେ ଛନ୍ଦି ହେବାପରେ ଉତ୍ତରାଖଣ୍ଡର ମସୁରି ସ୍ଥିତ ଲାଲ ବାହଦୁର ଶାସ୍ତ୍ରୀ ନ୍ୟାସନାଲ ଆଡମିନିଷ୍ଟେସନ ଏକାଡେମୀ ପୂଜା ଖେଡକରଙ୍କ ମହାରାଷ୍ଟ୍ର ରୁ ଟ୍ରେନିଂକୁ ବାତିଲ କରିଛି । ଏହା ସହିତ ଏକାଡେମି ପୂଜାଙ୍କୁ ତୁରନ୍ତ ଆସିବା ପାଇଁ ଏକ ଚିଠି ମଧ୍ୟ ଜାରି କରିଛି । ଏକାଡେମି ମହାରାଷ୍ଟ୍ର ସରକାରଙ୍କୁ ଏକ ଚିଠି ଲେଖି ଏ ସମ୍ପର୍କ ବାବଦରେ ଜଣାଇଛି ।

Advertisment

ଏଲବିଏସଏନଏଏ ଦ୍ୱାରା ପୂଜା ଖେଡକରଙ୍କୁ କୁହାଯାଇଛି ଯେ, ତୁମର ଜିଲ୍ଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥଗିତ ରଖିବାର ନିଷ୍ପତି ନିଆଯାଇଛି । ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ତୁମକୁ ତୁରନ୍ତ ଆସିବାକୁ ପଡିବ ଏବଂ ମହାରାଷ୍ଟ୍ର ସରକାରଙ୍କ ଜିଲ୍ଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ଆପଣଙ୍କୁ ମୁକ୍ତ କରାଯାଉଛି । ଆପଣଙ୍କୁ କୌଣସି ବି ପରିସ୍ଥିତିରେ ୨୩ ଜୁଲାଇ ୨୦୨୪ ପରେ ଏକାଡେମିରେ ସାମିଲ ହେବା ପାଇଁ ନିର୍ଦ୍ଦେଶ ଦିଆଯାଉଛି ।

ପୂଜା ଖେଡକରଙ୍କୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଖୁଲାସା ହେଉଛି । ଏବେ ପୂଜାଙ୍କର ବୟସକୁ ନେଇଳି ମଧ୍ୟ ପ୍ରଶ୍ନ ଉଠୁଛି, ତାଙ୍କର ଡକ୍ୟୁମେଣ୍ଟ ଗୁଡିକ ଦର୍ଶାଉଛି ଯେ ପୂଜା ଖେଡକରଙ୍କ ଦ୍ୱାରା ୨୦୨୦ ରେ କେନ୍ଦ୍ରିୟ ଆପିଲ ଟ୍ରିବ୍ୟୁନାଲ ଏବଂ ୨୦୨୩ ରେ ପୁର୍ନବାର ବିବୃତ୍ତି ଦିଆଯାଇଛି । ତିନି ବର୍ଷର ବ୍ୟବଧାନ ସତ୍ୱେ କେବେଳ ଗୋଟିଏ ବର୍ଷର ବୟସ ବୃଦ୍ଧି ଦେଖାଯାଉଛି ।

ଅଭିଯୋଗ ଅନୁସାରେ ପୂଜା ଖେଡକର ଦୃଷ୍ଟି ବାଧିତ ଓ ମାନିକ ରୋଗ ଥିବା ପ୍ରମାଣ ପତ୍ର ଦେଇ ୟୁପିଏସସି ପରୀକ୍ଷା ଦେଇଥିଲେ । ଯେଉଁ ଆଧାରରେ ବିଶେଷ ରିହାତି ପାଇ ସେ ଆଇଏଏସ ପାଇଥିଲେ । ଯଦି ତାଙ୍କୁ ରିହାତି ମିଳିନଥାନ୍ତା ତେବେ ସେ ଆଇଏଏସ ହୋଇପାରିନଥାନ୍ତେ । ଆହୁରି ଅଭିଯୋଗ ରହିଛି ଯେ, ଆଇଏଏସ ହେବା ପରେ ପୂଜା ଖେଡକରଙ୍କୁ ମେଡିକାଲ ଯାଞ୍ଚ କରାଇବାର ଥିଲା । ହେଲେ ସେ ଏହାକୁ ଅଣଦେଖା କରିଥିଲେ । ନିଜର ମାନଦଣ୍ଡ ଅକ୍ଷମତା ପ୍ରମାଣ କରିବା ପାଇଁ କୌଣସି ପରୀକ୍ଷା କରିନଥିଲେ ।