ରଥ ଉପରେ ଅଣ ସେବାୟତ ଚଢିବା ନେଇ ପ୍ରଶାସନର ନିଷ୍ପତ୍ତି । ହେବ ଦୃଢ କାର୍ଯ୍ୟାନୁଷ୍ଠାନ

96

କନକ ବ୍ୟୁରୋ : ରଥ ଉପରେ ଅଣ ସେବାୟତ ଚଢିବା ପ୍ରସଙ୍ଗରେ ଆକ୍ସନ ମୋଡରେ ପ୍ରଶାସନ । ସଂପୃକ୍ତ ଅଣ ସେବାୟତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଏନେଇ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ।

ସୂଚନା ଥାଉକି ବଡ଼ ଠାକୁର ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ତାହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ କଡା ନିନ୍ଦା କରିଥିଲେ ଶ୍ରଦ୍ଧାଳୁ । ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଦଳି କରାଯାଇ ତାଙ୍କ ସ୍ଥାନରେ ଅରବିନ୍ଦ ପାଢୀଙ୍କୁ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଥିଲା । ଅରବିନ୍ଦ ପାଢୀ ଦାୟିତ୍ୱ ନେବା ଦିନ ରଥ ଉପରକୁ ମୋବାଇଲ ନେବା ଉପରେ ବାରଣ କରିଥିଲେ । ଏହାସହ ବିନା ଅନୁମତିରେ କୌଣସି ଅଣ ସେବାୟତ ରଥ ଉପରକୁ ଚଢିବା ନେଇ କଟକଣା ଜାରି କରିଥିଲେ । ହେଲେ ଆଜି ବାହୁଡା ଯାତ୍ରାରେ କିଛି ସେବାୟତ ରଥ ଉପରକୁ ମୋବାଇଲ ନେଇଥିଲେ । ଏହାସହ କିଛି ଅଣ ସେବାୟତ ରଥ ଉପରେ ଚଢିଥିଲେ । ଜଣେ ଅଣ ସେବାୟତଙ୍କୁ ଚିହ୍ନଟ କରି ନିଜେ ଅରବିନ୍ଦ ପାଢୀ ତାଙ୍କୁ ରଥରୁ ଘୋଷାଡି ଆଣି ପୋଲିସ ଜିମା ଦେଇଥିଲେ । ଏନେଇ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।