କନକ ବ୍ୟୁରୋ: ପାକିସ୍ତାନ ନିର୍ବାଚନ ଆୟୋଗ ଇମ୍ରାନ ଖାନଙ୍କ ସାଂସଦ ସଦସ୍ୟତା ଶେଷ କରିଛନ୍ତି । କେବଳ ଏତିକି ନୁହେଁ ତାଙ୍କ ଉପରେ ୫ ବର୍ଷ ଯାଏ ନିର୍ବାଚନ ନ ଲଢିିବା ନେଇ ପ୍ରତିବନ୍ଧକ ଲଗାଇଛନ୍ତି । ସେପଟେ ବିରୋଧୀ ଇମ୍ରାନଙ୍କୁ ଚୋର କହିଛନ୍ତି । ଏହି ମାମଲାରେ ଇମରାନ ଖାନଙ୍କ ସମର୍ଥକ ରାସ୍ତାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ସ୍ଥାନରେ ହିଂସା ମଧ୍ୟ ଦେଖିବାକୁ ମିଳିଛି । ବିରୋଧକୁ ନେଇ ପାକିସ୍ତାନରେ ସ୍ଥିତି ବିଗିଡିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଉଛି । ପ୍ରଦର୍ଶନକାରୀ ବିଭିନ୍ନ ସ୍ଥାନରେ ରାଜପଥକୁ ଅବରୋଧ କରି ରଖିଥିବାରୁ ଅନେକ ଅସୁବିଧାର ସାମ୍ନାକରୁଛନ୍ତି ସ୍ଥାନୀୟ ଲୋକ ।
ଶୁକ୍ରବାର ପାକିସ୍ତାନ ନିର୍ବାଚନ ଆୟୋଗ ଇମରାନ ଖାନଙ୍କ ଉପରେ ରୋକ ଲଗାଇବା ପରେ ବିଭିନ୍ନ ସ୍ଥାନରେ ସମର୍ଥକ ମାନେ ହିଂସା ଆରମ୍ଭ କରିଦେଇଛନ୍ତି । ଦୁର୍ନୀତି ମାମଲାରେ ଦୋଷୀ ଘୋଷଣା କରି ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି । ଇମରାନଙ୍କ ଉପରେ ଅଭିଯୋଗ ରହିଛି ଯେ ସେ ବିଦେଶ ଗସ୍ତରେ ଥିବା ବେଳେ ମିଳୁଥିବା ଉପହାରରୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ଶସ୍ତାରେ କିଣି ସେ ଅନେକ ଜିନିଷକୁ ମହଙ୍ଗାରେ ବିକ୍ରି କରୁଥିବା ବେଳେ ଏହା ତାଙ୍କ ଉପରେ ଭାରି ପଡିଛି । ଦିନେ ପାକିସ୍ତାନର ମହାନାୟକ ଭାବେ ଅଭିହିତ ଥିବା ଇମରାନ ଆଜି କାଠଗଡାରେ ଛିଡା ହୋଇଛନ୍ତି । ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି । ଟାକ୍ସ ଚୋରୀ, ମିଛ କହିବା ଦୁର୍ନୀତିରେ ଲିପ୍ତ ରହିବା ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ବିରୋଧରେ ଆସିବାରେ ଲାଗିଛି । ଶେଷରେ ନିର୍ବାଚନ ଆୟୋଗ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/imrana.jpg)