କନକ ବ୍ୟୁରୋ: ଗତ ଦୁଇ ବର୍ଷ ମଧ୍ୟରେ ୮୩୬ ଜଣ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଧରାଯାଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ୭୯ ଜଣ ଅଫିସରଙ୍କୁ ଏନେଇ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ୨୨ ବହିଷ୍କୃତ କରାଯାଇଛି । ଏଥି ସହିତ ୨୬୮ ଜଣ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବାବେଳେ ୪୩୨ ଜଣଙ୍କୁ ସ୍ପଷ୍ଟିକରଣ ନୋଟିସ ଜାରି କରାଯାଇଛି ଏବଂ ୩୫ ଜଣଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ ବିରୋଧୀ ପଚାରିଥିବା ପ୍ରଶ୍ନର ଜବାବ ରଖିଛନ୍ତି ପଂଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ।
ଆଜି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳରେ ରାଜ୍ୟରେ ଗତ ଦୁଇ ବର୍ଷ ମଧ୍ୟ ଇନ୍ଦିରା ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଦୁର୍ନୀତି କରିଥିବା କେତେ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସରକାରଙ୍କୁ ପ୍ରଶ୍ନ କରିଥିଲେ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା । ସାଲୁଜାଙ୍କର ପ୍ରଶ୍ନ ରହିଥିଲା କି, ରାଜ୍ୟରେ ମୋଟ କେତୋଟି ଗ୍ରାମ ପଂଚାୟତରେ ୨୦୧୭ରୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନା ତଥା ଇନ୍ଦିରା ଆବାସ ଯୋଜନା, ବିଜୁ ପକ୍କାଘର, ଧାନ ଖଳା, ଏମଜିଏନଆରଏସଏଚ, ଟିଏଫସି, ଏଫଏଫସିରେ ବହୁ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନହେବାର କାରଣ କଣ ରହିଛି ?
ତେବେ ଆଜି କଂଗ୍ରେସ ବିଧାୟକଙ୍କ ଏହି ପ୍ରଶ୍ନର ଉତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ପଂଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଗତ ଦୁଇ ବର୍ଷ ଭିତରେ ଇନ୍ଦିରା ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ୮୩୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରାଯାଇଛି । ୭୯ ଜଣ ଅଫିସରଙ୍କୁ ଏନେଇ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ୨୨ ବହିଷ୍କୃତ କରାଯାଇଛି । ଏଥି ସହିତ ୨୬୮ଜଣ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବାବେଳେ ୪୩୨ ଜଣଙ୍କୁ ସ୍ପଷ୍ଟିକରଣ ନୋଟିସ ଜାରି କରାଯାଇଛି ଏବଂ ୩୫ ଜଣଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ ହୋଇଥିବା କହିଛନ୍ତି ପ୍ରତାପ ଜେନା ।
Follow Us
/kanak/media/post_attachments/wp-content/uploads/2019/07/Screen-Shot-2019-07-16-at-4.06.19-PM-300x224.png)
/kanak/media/post_attachments/wp-content/uploads/2019/07/Screen-Shot-2019-07-16-at-4.03.14-PM-300x225.png)