କନକ ବ୍ୟୁରୋ : ଜିଏ ନିୟମକୁ ଉଲ୍ଲଙ୍ଘନ କରି ବେଆଇନ ନିର୍ମାଣ କରିଥିଲେ ପ୍ରଣବ ପ୍ରକାଶ ଦାସ । ତେବେ ଓପିଡିଆର ଆକ୍ଟ ଅନୁସାରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ବେଆଇନ ନିର୍ମାଣ ଦିନରୁ, ଧାର୍ଯ୍ୟ ଘରଭଡ଼ାର ୫ଗୁଣା ଆଦାୟ କରିପାରେ ସାଧାରଣ ପ୍ରଶାସନ ବିଭାଗ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ସରକାରଙ୍କ ଦୃଷ୍ଟିଗୋଚରକୁ ଏଘଟଣା ଆସିଛି । ଏହାର ତଜର୍ମା କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ।

Advertisment

ପ୍ରଣବଙ୍କ ବେଆଇନ ନିର୍ମାଣ!
- ରାଜଭବନ ସମ୍ମୁଖ ୟୁନିଟ୍-୬ ଅଂଚଳରେ ପ୍ରଣବଙ୍କୁ ଦିଆଯାଇଥିଲା VIII-MR1 କ୍ୱାର୍ଟର
- ୨୦୧୯ ଜୁନ୍ ୧୯ ତାରିଖରେ ଚିଠି କରି ଘର ଆବଂଟନ କରିଥିଲା ଜିଏ ବିଭାଗ
- ୩ ହଜାର ୭୦୦ ବର୍ଗଫୁଟର କୋଠା ସହ ଆଉଟହାଉସ ଓ ଗ୍ୟାରେଜ ମଧ୍ୟ ଥିଲା
- ଏହି କ୍ୱାର୍ଟରକୁ ୨୦୧୯ ଅଗଷ୍ଟ ୧୭ରେ ନିଜ ଦଖଲକୁ ନେଲେ ପ୍ରଣବ ପ୍ରକାଶ ଦାସ
- କେବଳ କ୍ୟାବିନେଟ୍ ମନ୍ତ୍ରୀ ଓ ଆଇଏଏସ ଅଧିକାରୀଙ୍କୁ ମିଳିଥାଏ ଟାଇପ- ୮ କ୍ୱାର୍ଟର
- ସରକାରରେ ଥିବାରୁ ଆଇନକୁ ମାଡି ମକଚି କ୍ୱାର୍ଟର ହାତେଇ ନେଇଥିବା ଅଭିଯୋଗ
- ପ୍ରଣବ ତାଙ୍କ କ୍ୱାର୍ଟର ପାଖରେ ଥିବା ଅନ୍ୟ ଦୁଇଟି କ୍ୱାର୍ଟର ଜାଗାକୁ ମିଶାଇ ଦେଇଥିବା ଅଭିଯୋଗ
- VII-MR2 ଓ VII-R1 କ୍ୱାର୍ଟରର ୪୦ ପ୍ରତିଶତ ଜାଗାକୁ ମିଶାଇ ପାଚେରୀ ତିଆରି କରିଥିଲେ
- ପ୍ରାୟ ଅଢେଇ ହଜାର ବର୍ଗଫୁଟ ଅଂଚଳେର ବିଶାଳ ବଙ୍ଗଳା ନିର୍ମାଣ କରିଥିବା ଅଭିଯୋଗ
- କ୍ୱାର୍ଟର ଛାଡିବା ପୂର୍ବରୁ ଏହି ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ
--
କ’ଣ ହୋଇପାରେ କାର୍ଯ୍ୟାନୁଷ୍ଠାନ?
- ସ୍ୱତନ୍ତ୍ର ଆବାସିକ ସଂଶୋଧନ ରୁଲ୍ସ- ୧୯୫୯ ଧାରା ୩୦ (ଖ) ଓ ଧାରା ୩୧ରେ ହୋଇପାରିବ କାର୍ଯ୍ୟାନୁଷ୍ଠାନ
- ବେଆଇନ ନିର୍ମାଣ ପାଇଁ ଓପିଡିଆର ଆକ୍ଟରେ ସାର୍ଟିଫିକେଟ୍ କେସ କରା ଯାଇପାରିବ
- ଧାରା ୩୧ ଅନୁସାରେ ଆଦାୟ କରା ଯାଇପାରିବ ମୋଟା ଅଙ୍କର ଜରିମାନା
- ଘରଭଡା ବାବଦରେ ଦେଉଥିବା ଟଙ୍କାର ୫ ଗୁଣା ଆଦାୟ କରିପାରିବ ଜିଏ ବିଭାଗ
- ବେଆଇନ ନିର୍ମାଣ ଚିହ୍ନଟ ହେବା ଦିନରୁ ଜରିମାନା ଆଦାୟ ପାଇଁ ରହିଛି ନିୟମ