ଫଳ ଶୂନ ଥିବା +୨ ବିଜ୍ଞାନ କଲେଜ ଉପରେ କଡା କାର୍ଯ୍ୟନୁଷ୍ଠାନ । ୬ଟି କଲେଜରେ ନାମଲେଖା ବନ୍ଦ, ୩ଟି କଲେଜକୁ କାରଣ ଦର୍ଶାଅ ନୋଟିସ୍ ।

237

କନକ ବ୍ୟୁରୋ : +୨ ବିଜ୍ଞାନ ପରୀକ୍ଷା ଫଳାଫଳ ପରେ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ । ଫଳ ଶୂନ ଥିବା +୨ ବିଜ୍ଞାନ କଲେଜ ଉପରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ୯ଟି କଲେଜ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ । ୬ଟି କଲେଜରେ ନାମଲେଖା ବନ୍ଦ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ସେହିପରି ଅନ୍ୟ ୩ଟି କଲେଜକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।