କନକ ବ୍ୟୁରୋ : ଅପରେସନ ବ୍ଲାକଆଉଟର ମହାପ୍ରଭାବ । ଲାଞ୍ଚ ନେଇ ପାୱାରକଟ କରୁଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ଶକ୍ତି ବିଭାଗ ସଚିବ ବିଷ୍ଣୁପଦ ସେଠୀ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସେସୁର ସିଇଓ ଅରୁଣ ବୋଥ୍ରା ଦୁର୍ନୀତିଖୋର ଅଫିସରଙ୍କ ବାବଦରେ ସମସ୍ତ ତଥ୍ୟ ଶକ୍ତି ସଚିବଙ୍କୁ ଦେଇଛନ୍ତି । ପଇସା ପାଇଁ ଜେଇ ମାନେ ପାୱାରକଟ୍ କରୁଥିବା ଶକ୍ତି ସଚିବଙ୍କୁ ଜଣାଇଛନ୍ତି ସେସୁ ସିଇଓ ।
କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଶକ୍ତି ସଚିବ କହିଛନ୍ତି, ଅଭିଯୋଗ ଆସିଥିବା ୩ ଜେଇଙ୍କୁ ନିଲମ୍ବିତ କରାଯିବ । ଶକ୍ତି ବିଭାଗରୁ ଦୁର୍ନୀତିକୁ ସମ୍ପୂର୍ଣ୍ଣ ମୂଳତ୍ପାଟନ କରିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି ଶକ୍ତି ସଚିବ କହିଛନ୍ତି ।ସେହିଭଳି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ସମୀକ୍ଷା ବୈଠକ ଚାଲିଛି, ଅଭିଯୋଗ ଆସିଥିବା ଅଧିକାରୀଙ୍କ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଏହାପୂର୍ବରୁ ଖୋର୍ଦ୍ଧା, ଭିଏସଏସ ନଗର ଓ ବରମୁଣ୍ଡା ସବଡିଭିଜନର ଜେଇଙ୍କ ଦୁର୍ନୀତିର ମୁଖା ଖୋଲିଥିଲା କନକ ନ୍ୟୁଜ । ଏହି ୩ ଜେଇ ପଇସା ନେଇ ପାୱାରକଟ୍ କରି ପୂରା ସହରକୁ ଅନ୍ଧାର କରୁଥିବାର ଭିଡିଓ କନକ ନ୍ୟୁଜର କ୍ୟାମେରାରେ କଏଦ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/BISHNU.jpg)