କନକ ବ୍ୟୁରୋ : ମୁମ୍ବାଇ ସମେତ ମହାରାଷ୍ଟ୍ରର ବିଭିନ୍ନ ଅଂଚଳରେ କରୋନାର ବିପଜ୍ଜନକ ପ୍ରଜାତି ଓମିକ୍ରନ ଦ୍ବାରା ସଂକ୍ରମଣ ବଢ଼ିଚାଲିଛି। ବିଗତ ୨୪ ଘଣ୍ଟାରେ ୧୨ଟି ନୂଆ ମାମଲା ଠାବ ହେବାପରେ ସରକାର ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୩୨ ଜଣ ରୋଗୀଙ୍କୁ ଦେଖିବାକୁ ମିଳିଛି ଯେଉଁମାନେ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି।

Advertisment

ଅନ୍ୟପକ୍ଷରେ କରଣ ଜୋହରଙ୍କ ଘରେ ଆୟୋଜିତ ପାର୍ଟିରେ ଅନେକ ବଲିଉଡ ଅଭିନେତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଆଉ ବିଏମସି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାମରେ ଗୃହ ସଙ୍ଗରୋଧ ନିୟମ ଭାଙ୍ଗିଥିବାରୁ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ବିଏମସିର ଜନସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷ ରଜୁଲ ପଟେଲ କହିଛନ୍ତି ଯେ, ସମସ୍ତଙ୍କ ପାଇଁ ନିୟମ ସମାନ ଓ ଆଲିଆ ଭଟ୍ଟଙ୍କ ନାମରେ ଗୃହ ସଙ୍ଗରୋଧ ନିୟମ ଭାଙ୍ଗିଥିବାରୁ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବାସ୍ତବରେ ଆଲିଆ ଭଟ୍ଟ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ମୋସନ ପୋଷ୍ଟର ଲଞ୍ଚ ପାଇଁ ରଣବୀର କପୁରଙ୍କ ସହ ଦିଲ୍ଲୀ ଯାଇଥିଲେ । ବିଏମସି ଅଭିଯୋଗ କରିଛି ଯେ ଏହି ଅଭିନେତ୍ରୀ ଦିଲ୍ଲୀରେ ଅନେକ ଲୋକଙ୍କୁ ଭେଟିଛନ୍ତି। କରଣ ଜୋହରଙ୍କ ଘରେ ଆୟୋଜିତ ପାର୍ଟିରେ ଜଡିତ ଥିବା ଲୋକଙ୍କୁ ବିଏମସି ପୂର୍ବରୁ ଯାଞ୍ଚ କରୁଥିଲା। ଯଦିଓ ଆଲିଆଙ୍କ କରୋନା ରିପୋର୍ଟ ନକାରାତ୍ମକ ଆସିଥିଲା, ତଥାପି ଆଲିଆଙ୍କୁ ୧୪ ଦିନ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଆଲିଆ ଏହାକୁ ମାନିନଥିଲେ ଜ୍ଝ