ରାଜ୍ୟରେ କୋଭିଡ୍ ଟିକାକରଣ ନେଇ ପ୍ରଦୀପ୍ତ ମହାପାତ୍ରଙ୍କ ପ୍ରେସମିଟ୍ । କହିଲେ, ଭୁବନେଶ୍ୱରରେ ନାହିଁ କୋଭାକ୍ସିନର ଅଭାବ । ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦେବାକୁ ପ୍ରାଥମିକତା ।
କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ଆଜି ରାଜ୍ୟବାସୀଙ୍କୁ ପୁଣି ସଚେତନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ତାଙ୍କ ପ୍ରେସମିଟରେ ସେ କୋଭିଡ୍ ଟିକାକରଣକୁ ନେଇ ମତ ରଖିଥିବାବେଳେ ମୁଖ୍ୟତଃ ଲୋକଙ୍କୁ କିପରି ଦ୍ୱିତୀୟ ଡୋଜ ସୁରୁଖୁରରେ ମିଳିପାରିବ ସେନେଇ ଗୁରୁତ୍ୱାରୋପ କରିଛନ୍ତି । ତା ବାଦ୍ ଟିକା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି, ଟିକା କମ୍ପାନି ସହ ମଧ୍ୟ ରାଜ୍ୟ ସରକାର ଲଗାତାର ସମ୍ପର୍କରେ ଅଛନ୍ତି ବୋଲି ସେ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
୩୦ ଏପ୍ରିଲ ସୁଦ୍ଧା ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ ନେଇଥିଲେ, ସେମାନେ ସରକାରୀ ହସ୍ପିଟାଲରେ ୨ୟ ଡୋଜ୍ ଟିକା ମାଗଣାରେ ନେବେ । କୋଭିସିଲ୍ଡ ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ବାରମ୍ବାର ଚିଠି ଯାଇଛି । ୧୫ ଲକ୍ଷ କୋଭିସିଲ୍ଡ ଟିକା ତୁରନ୍ତ ଦେବାକୁ କେନ୍ଦ୍ରକୁ କୁହାଯାଇଛି । #covid19 #Odisha pic.twitter.com/ATvYSJzOZE
— Kanak News (@kanak_news) May 6, 2021
ଅନ୍ୟପଟେ ଭୁବନେଶ୍ୱରରେ କୋଭାକ୍ସିନ୍ ଟିକାର କୌଣସି ଅଭାବ ନାହିଁ । ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଟିକା ଆସିଲେ ଟିକାକରଣ ସୁରୁଖୁରରେ ଚାଲିବ । ତେବେ ଟିକା ନେବା ପାଇଁ ଲୋକମାନେ ପ୍ରଥମେ ରେଜିଷ୍ଟ୍ରେସନ କରିବା ସହିତ ସ୍ଲଟ୍ ବୁକିଂ କରି ଟିକାକେନ୍ଦ୍ରକୁ ଯାଆନ୍ତୁ । ଅଯଥାରେ ଟିକାକେନ୍ଦ୍ରକୁ ଯାଇ ଗହଳି ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାବାଦ୍ ଏବେ ଯେଉଁମାନେ ପ୍ରଥମ ଡୋଜ୍ ବେସରାକାରୀ ହସ୍ପିଟାଲରେ ନେଇଛନ୍ତି । ସେମାନେ ତାଙ୍କର ଦ୍ୱିତୀୟ ଡୋଜ୍ ଆସି ସରକାରୀ ହସ୍ପିଟାଲରୁ ମାଗଣାରେ ନେଇପାରିବେ ।
ଏଯାବତ ଆମ ରାଜ୍ୟରେ ୯୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ନେଇଥିବାବେଳେ ୮୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ୨ୟ ଡୋଜ୍ ନେଇସାରିଲେଣି । ୪୫ ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ମଧ୍ୟ ଆଗେଇ ଚାଲିଛି । ମେ ପହିଲାରୁ ଆରମ୍ଭ ହୋଇଥିବା ସାବାଳକ ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟ କିଛି ଅଂଚଳରେ ଏହାର ଅଭାବ ଦେଖିବାକୁ ମିଳିଛି । ତେବେ ଟିକା ଆସିଲେ ଟିକାକରଣ ଯଥାରୀତି ଚାଲିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ତେବେ ଟିକାକରଣ ବେଳେ ଯେଉଁମାନେ ପ୍ରଥମ ଡୋଜ୍ ନେଇଛନ୍ତି ଏବଂ ଦ୍ୱିତୀୟ ଡୋଜ୍ ନେବାକୁ ଅପେକ୍ଷାରତ ଅଛନ୍ତି ସେମାନଙ୍କୁ ପ୍ରାଥମିକତା ଦିିଆଯିବ ବୋଲି କୁହାଯାଇଛି ।