କନକ ବ୍ୟୁରୋ: ରାଜ୍ୟର ୯ଟି ଜିଲ୍ଲାରେ ଅଛି ୬୦ ଭାଗ କରୋନା କେସ୍ । ତେବେ ଖୁସିର କଥା ହେଉଛି, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ପଜିଟିଭିଟି ରେଟ୍ କମିବାରେ ଲାଗିଛି । ୫ଟି ଜିଲ୍ଲାରେ ପଜିଟିଭିଟି ରେଟ୍ ୫ ପ୍ରତିଶତ ତଳେ ରହିଛି । ବାକି ୧୯ଟି ଜିଲ୍ଲାରେ ପଜିଟିଭିଟି ରେଟ୍ କମୁଥିବା ବେଳେ ସାରା ରାଜ୍ୟରେ ଏବେ ଏହା ଖସିଆସି ୧୪ ପ୍ରତିଶତରେ ପହଞ୍ଚିଛି ବୋଲି ଏସସିଏସ୍ ପ୍ରଦୀପ୍ତ ମହାପାତ୍ର ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।
କରୋନା ନେଇ ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା
୨ ସପ୍ତାହ ତଳେ ଆମ ଦେଶରୁ ବିଶ୍ୱର ୫୪% କେସ୍ ଆସୁଥିଲା
ଏବେ ଏହା କମି ଆସି ୩୪%ରେ ପହଞ୍ଚିଛି
ଆମ ରାଜ୍ୟର ୯ଟି ଜିଲ୍ଲାରେ ୬୦% କେସ୍ ଅଛି#Odisha#COVID19#MaskUpOdishapic.twitter.com/aReqCsTtsi— Kanak News (@kanak_news) May 30, 2021
ଓଡିଶା କରୋନାକୁ କିଭଳି ଭାବେ ମୁକାବିଲା କରୁଛି ଏବଂ ଟିକାକରଣ କେଉଁ ଉପାୟରେ ଚାଲିଛି ସେନେଇ ଆଜି ବିସ୍ତୃତ ସୂଚନା ଦେଇଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର । ତାଙ୍କ କହିବା ମୁତାବକ ଆମ ରାଜ୍ୟରେ ମେ ୨୨ ତାରିଖରେ ସର୍ବାଧିକ ସଂକ୍ରମଣ ଦେଖିବାକୁ ମିଳିଥିଲା । ହେଲେ ଏବେ ଏହା କମିବା ସହ ଦୈନିକ ସଂକ୍ରମଣ ଦଶ ହଜାର ତଳକୁ ଖସିଛି ।
ଅନ୍ୟପଟେ କୋଭିଡ୍ ମୁକାବିଲାରେ ଓଡିଶାରେ କୌଣସି ପ୍ରକାର ଔଷଧ ଅଭାବ ନାହିଁ । ସାଧାରଣ ଓ ଆଇସିୟୁ ବେଡ୍ ମଧ୍ୟ ଆଗ ଅପେକ୍ଷା ଅଧିକ ଖାଲି ରହିଛି । ଅକ୍ସିଜେନ୍ ଯୋଗାଣରେ ମଧ୍ୟ ଓଡିଶା ଆଗକୁ ବଢିବା ସହିତ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କରିପାରିଛି ବୋଲି କୁହାଯାଇଛି । ତେବେ ଆଗକୁ ରଜ, ସାବିତ୍ରୀ ଆସୁଛି । ଏହି ସମୟରେ ଲୋକମାନେ ଅଧିକ ସତର୍କ ହେବା ଉଚିତ୍ । ନଚେତ୍ କରୋନା ସଂକ୍ରମଣ ପୁଣି ବଢିପାରେ । ଲୋକମାନେ ନିଜେ ସଚେତନ ହେଲେ ହିଁ ଆମେ କରୋନାକୁ ପରାସ୍ତ କରିପାରିବା ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/8-13.jpg)