କନକ ବ୍ୟୁରୋ: କୋଭିଡ୍ ଚିକିତ୍ସା କେନ୍ଦ୍ରରେ ବ୍ୟବହାର ପାଇଁ ଖାଲି ଥିବା ଅକ୍ସିଜେନ୍ ସିଲିଣ୍ଡରକୁ ଭର୍ତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମହାମାରୀ କାଳରେ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର, କୋଭିଡ୍ ହସ୍ପିଟାଲ ଏବଂ କୋଭିଡ୍ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ ହେଉଥିବା ଅକ୍ସିଜେନ୍କୁ ଦୃଷ୍ଟିରେ ରଖି ଖାଲି ସିଲିଣ୍ଡରକୁ ଭର୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏନେଇ ରାଜ୍ୟର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ଏସିଏସ୍ । ଠିକ୍ ସମୟରେ ଖାଲି ସିଲିଣ୍ଡରରେ ଅକ୍ସିଜେନ୍ ଭର୍ତି କରିବା ଏବଂ ଏହାର ପରିବହନର ତଦାରଖ ଦାୟିତ୍ୱ ଦେଖିବାକୁ ଜିଲ୍ଲାର ଡ୍ରଗ୍ ଇନ୍ସ୍ପେକ୍ଟର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନ୍ ସିଲିଣ୍ଡର ପରିବହନ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପାଣ୍ଠିରୁ ଖର୍ଚ୍ଚ କରିବାକୁ କୁହାଯାଇଛି ।
ଖାଲି ଥିବା ଅକ୍ସିଜେନ୍ ସିଲିଣ୍ଡିରକୁ ଭରିବା ପାଇଁ ନିର୍ଦ୍ଦେଶ । କୋଭିଡ୍ ହେଲଥ ସେଣ୍ଟରରେ ବ୍ୟବହାର ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଏସିଏସଙ୍କ ଚିଠି । #Odishapic.twitter.com/35213Al35V
— Kanak News (@kanak_news) April 24, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/11111111-1.jpg)