କାଳ ପାଲଟିଲା କୁଆପଥର ବର୍ଷା: କୁଆପଥର ମାଡ଼ରେ ନଷ୍ଟ ହୋଇଗଲା ଏକର ଏକର ଜମିରେ ହୋଇଥିବା ତରଭୁଜ ଚାଷ

Advertisment
କାଳ ପାଲଟିଲା କୁଆପଥର ବର୍ଷା: କୁଆପଥର ମାଡ଼ରେ ନଷ୍ଟ ହୋଇଗଲା ଏକର ଏକର ଜମିରେ ହୋଇଥିବା ତରଭୁଜ ଚାଷ

କନକ ବ୍ୟୁରୋ: କାଳ ପାଲଟିଲା ଅଦିନିଆ କୁଆପଥର ବର୍ଷା । କୁଆପଥର ମାଡ଼ରେ ନଷ୍ଟ ହୋଇଗଲା ଏକର ଏକର ଜମିରେ ହୋଇଥିବା ତରଭୁଜ ଚାଷ । ଧର୍ମଗଡ ବ୍ଲକର ଛିଲିପା, କାଙ୍କେରି, ସନ୍ଧିକୁଲିଆରୀ ଅଂଚଳର ପ୍ରାୟ ଅଧିକାଂଶ ଚାଷୀ ତେଲ ନଦୀ ଅବବାହିକାରେ ଏକର ଏକର ଜମିରେ ତରଭୁଜ ଚାଷ କରିଥିଲେ । ରୁତୁକାଳୀନ ଫସଲ ଭାବେ ଏହି ଫସଲ କରି ଚାଷୀ ଭଲ ରୋଜଗାରର ଆଶା ରଖିଥିଲେ । ହେଲେ ଅଦିନିଆ ବର୍ଷା ଚାଷୀଙ୍କ ଫସଲ ଉଜାଡ଼ିଦେଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ରୁଣ ସୁଝିବା ପାଇଁ ଚିନ୍ତାରେ ପଡ଼ିଛନ୍ତି । ପ୍ରତିବର୍ଷ ଖରାଦିନେ ଏହି ଚାଷରୁ ଚାଷୀଙ୍କୁ ଭଲ ରୋଜଗାର ମିଳିଥାଏ । ହେଲେ ଏବର୍ଷ କୁଆପଥର ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe