କନକ ବ୍ୟୁରୋ: ଛାଡିଛି ବର୍ଷା ହେଲେ, ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । ବାତ୍ୟା ମିଗଜୋମ୍ ପ୍ରଭାବରେ ନୀଳଗିରିରେ ହୋଇଥିବା ବର୍ଷା ଚାଷୀଙ୍କ ପାଇଁ ଦୁର୍ଦ୍ଦଶା ବଢାଇଛି । ଅମଳ ବେଳେ ପାଣିରେ ବୁଡିରହିଛି ପାଚିଲା ଧାନ । ଏପରିକି ବିଲର ରଖାଯାଇଥିବା ଧାନଗଦି ବି ଓଦା ହୋଇଯାଇ ଏବେ ଗଜା ଆରମ୍ଭ ହେବାକୁ ଲାଗିଲାଣି । କେବଳ ନୀଳଗିରି ନୁହେଁ ବାଲେଶ୍ୱର ଜିଲ୍ଲା ବଣସୀମା ଅଞ୍ଚଳରେ ବି ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । ବର୍ଷକର ଖାଦ୍ୟକୁ ଏଭଳି ଅବସ୍ଥାରେ ଦେଖି ଦୁଶ୍ଚିନ୍ତାରେ ଚାଷୀକୂଳ ।