କନକ ବ୍ୟୁରୋ: ପୁଣି ଚିନ୍ତାରେ ପଡିଛି ଚାଷୀ । ବିଭିନ୍ନ ସମୟରେ ବିପର୍ଯ୍ୟୟ ଯୋଗୁ ଚାଷୀର ଚାଷ ନଷ୍ଟ ହୋଇଯାଉଥିବା ବେଳେ ଏବେ ପୁଣି କ୍ଷତି ସହିଲାଣି ଚାଷୀ । ଏବେ ଚକଡା ପୋକ ଚିନ୍ତା ବଢାଇଲାଣି । ତିଲେଇବଣୀ ବ୍ଲକ ଜୁଆଳୀଭଙ୍ଗା ଗାଁରେ ଚାଷ ଜମିରେ ଚକଡା ପୋକ ଦାଉସାଧୁଛି । ଜଙ୍ଗଲୀଜନ୍ତୁଙ୍କ କବଳରୁ ଚାଷକୁ ବଞ୍ଚାଇ ରଖିଥିଲେ ଚାଷୀ । ଏପରିକି ରାତିସାରା ଅନିଦ୍ରା ହୋଇ ଜଗିଥିଲେ ବର୍ଷକର ଆହାର । ହେଲେ ଏବେ ଅମଳ ସମୟରେ ଚକଡା ପୋକ ଲାଗି ଅମଳ ଫସଲ ବି ନଷ୍ଟ ହେବାରେ ଲାଗିଛି ।
କୃଷି ଅଧିକାରୀଙ୍କୁ ପରାମର୍ଶ କରି ବିଭିନ୍ନ ସମୟରେ କୀଟନାଶକ ଆଣି ସିଞ୍ଚନ କରିଥିଲେ ଚାଷୀକୂଳ, ହେଲେ ତାହା ବି କାମ ଦେଲାନି । ବିଭିନ ସ୍ଥାନରୁ ଧାର କରଜ କରି ଚାଷୀ ଚାଷ କରିଥିବା ବେଳେ ଏବେ ଚାଷ ନଷ୍ଟ ହେଲେ ଋଣ କିଭଳି ସୁଝିବେ ତାକୁ ନେଇ ଚିନ୍ତାରେ । ବର୍ଷସାରା ପରିବାର କିଭଳି ଚଳିବ ସେ ନେଇ ଚାଷୀର ଚିନ୍ତା ବଢିଚାଲିଛି ।
ସମସ୍ୟା ନେଇ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ପ୍ରଦାନ କରାଯାଇଥିବା ପରେ ବି ଚକଡା ପୋକ ଲାଗି ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଚାଷୀଙ୍କ କ୍ଷତି ଭରଣା ପାଇଁ କ୍ଷତିଗ୍ରସ୍ତ ଚାଷୀ ଙ୍କୁ ବିରି ,ମୁଗ ଭଳି ଡାଲି ଜାତୀୟ ଚାଷରେ ଚାଷୀ କୃଷି ବିଭାଗ ଭରଣା କରିବାକୁ ଉଦ୍ୟମ କରିବ ବୋଲି କହିଛନ୍ତି ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/vlcsnap-2022-11-13-18h48m03s353.png)