କନକ ବ୍ୟୁରୋ: ପଶ୍ଚିମାଝଡ଼ ଉଜାଡ଼ି ଦେଲା ସୁନାର ଫସଲ । ଲଗାଣ ବର୍ଷାରେ ଚାଷ ଜମିରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ମାଲକାନଗିରି ଏମଭି ୧୧ଗାଁରୁ ଆସିଛି ଏଭଳି ଦୃଶ୍ୟ । ପଶ୍ଚିମା ଝଡ଼ ପ୍ରଭାବରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ମାଲାକାନଗିରିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘର ଦ୍ୱାର ଭାଙ୍ଗିବା ସହ ଚାଷ ଜମିରେ ପାଣି ପଶିଯାଇଛି । ଏକର ଏକର ତରଭୁଜ ଯାହା ଅମଳ ହେବା ପାଇଁ ପ୍ରସ୍ତୁତ ହୋଇ ରହିଥିଲା ସେସବୁ ଏବେ କ୍ଷେତରେ ଭାସୁଛି । ତରଭୁଜ ଚାଷୀଙ୍କ ମୁଣ୍ଡରେ ଚିନ୍ତା ସୁନା ଫସଲ ଉଜୁଡ଼ିବା ପରେ କେମିତି ସୁଝିବେ ଋଣ । କେମିତି ଚଳାଇବେ ପରିବାର ।
ବିଲରେ ସଢୁଛି ତରଭୁଜ । ପଶ୍ଚିମାଝଡ ଉଜାଡି ଦେଲା ଏକର ଏକର ଜମିରେ ସୁନାର ଫସଲ
/kanak/media/post_attachments/wp-content/uploads/2023/03/18-9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)