କନ ବ୍ୟୁରୋ: କୁଆଡେ ଗଲା ୨୬/୧୧ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଫାଶୀ ପାଇଥିବା ଆତଙ୍କବାଦୀ କସାବର ମୋବାଇଲ ଫୋନ୍? କସାବକୁ ନେଇ ଯେତେବେଳେ କୋର୍ଟରେ ମାମଲା ଚାଲିଥିଲା ସେତେବେଳେ ମୋବାଇଲ ଫୋନ ଦାଖଲ ହୋଇନଥିଲା । କିନ୍ତୁ ଏହି ଫୋନ୍ ବିବାଦୀୟ ଆଇପିଏସ ଅଫିସର ପରମବୀର ସିଂଙ୍କ ପାଖରେ ଥିଲା । ଏହା କହିଛନ୍ତି ପୂର୍ବତନ ଏସିପି ଶମଶେର ଖାନ୍ ପଠାନ ।
ବଟି ଆଦାୟ ମାମଲାରେ ବିବାଦୀୟ ହେଇପଡିଥିବା ପରମବୀର ସିଂ ଏବେ କଠାଗଡାରେ । ଗିରଫ ଭୟରେ ଦୀର୍ଘଦିନ ଧରି ସେ ନିଖୋଜ ଥିଲେ । ଏବେ ସେ ତଦନ୍ତରେ ସାମିଲ୍ ହୋଇଛନ୍ତି । ଏହାରି ଭିତରେ ରାଜ୍ୟର ପୂର୍ବତନ ଏସିପି ଶମଶେର ଖାନ୍ ପଠାନଙ୍କ ବୟାନ ପରମବୀରଙ୍କ ଅଡୁଆ ବଢାଇଛି । ୨୬/୧୧ ଆତଙ୍କବାଦୀ ଆକ୍ରମଣ ଘଟଣା ବେଳେ ପରମବୀର ଏଟିଏସର ଡିଆଇଜି ଥିଲେ । ଯେତେବେଳେ ପରମବୀରଙ୍କ ତଦନ୍ତ ପ୍ରକ୍ରିୟା ଉପରେ ଦେଶବାସୀ ବିଶ୍ୱାସ ରଖିଥିଲେ ସେତେବେଳେ ପରମବୀର କସାବର ଫୋନ୍ କାହିଁକି ଦାଖଲ କରିନଥିଲେ ? କ’ଣ ଥିଲା ପରମବୀରଙ୍କ ଉଦ୍ଦେଶ୍ୟ? ନାଁ ଅଭିଯୋଗର କୌଣସି ଆଧାର ନାହିଁ?
ଯଦିଓ ଫାଶୀ ଖୁଣ୍ଟରେ କସାବ ଝୁଲିସାରିଛି । ହେଲେ ହଠାତ୍ ପରମବୀରଙ୍କ ବିରୋଧରେ ଏପରି ଅଭିଯୋଗ ଆସିବାକୁ ନେଇ ମଧ୍ୟ ବିରୋଧୀ ବିଜେପି ନେତା ଅଲଗା କିଛି ଠଉରାଇଛନ୍ତି । ଏଯାବତ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ପରମବୀର ଖାରଜ କରିଛନ୍ତି । ମହାରାଷ୍ଟ୍ର ପୁଲିସ ପ୍ରତିଶୋଧ ପରାୟଣ ହୋଇ ମାମଲା ଦାୟର କରୁଛନ୍ତି ବୋଲି କହୁଛନ୍ତି । ହେଲେ ଏବେ ଆସିଥିବା ଅଭିଯୋଗ ଉପରେ ପରମବୀର ନିରବ ରହିଛନ୍ତିା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/35-16.jpg)