କନକ ବ୍ୟୁରୋ : ଟ୍ୱିଟରର ସହ ସଂସ୍ଥାପକ ଜ୍ୟାକ ଡୋର୍ସି ମୋଦୀ ସରକାରଙ୍କୁ ନେଇ କିଛି ବଡ ବୟାନ ଦେଇଛନ୍ତି । ଏହି ବୟାନ ପରେ ବିରୋଧୀଦଳମାନେ ସରକାରଙ୍କୁ ଘେରିବା ଆରମ୍ଭ କରିଦେଇଛନ୍ତି । ଡୋର୍ସି କହିଛନ୍ତି କି, କୃଷକ ଆନ୍ଦୋଳନ ଚାଲିଥିବା ବେଳେ ସରକାରଙ୍କୁ ଟ୍ୱିଟର ମାଧ୍ୟମରେ ସମାଲୋଚନା କରୁଥିବା ଆକାଉଣ୍ଟଗୁଡିକ ରଦ୍ଦ କରିବାକୁ ସରକାରଙ୍କ ତରଫରୁ ଚାପ ପକାଯାଉଥିଲା । ଡୋର୍ସିଙ୍କ ଏଭଳି ବୟାନ ପରେ ଏବେ କେନ୍ଦ୍ରୀୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏଭଳି ବୟାନକୁ ମିଥ୍ୟା ବୋଲି କହିଛନ୍ତି । ରାଜୀବ ଚନ୍ଦ୍ରଶେଖର କହିଛନ୍ତି କି, ଟ୍ୱିଟର ଭାରତୀୟ ଆଇନକୁ ଅନେକ ଥର ଉଲଙ୍ଘନ କରିଛି । ଏହାସହ ଟ୍ୱିଟର ଇତିହାସରେ ଏହା ସବୁଠାରୁ ବଡ ମିଥ୍ୟା କୁହାଯାଇଛି । ଏହାସହ ୨୦୨୦-୨୨ ମଧ୍ୟରେ ଟ୍ୱିଟର ଭାରତୀୟ ଆଇନକୁ ଉଲଙ୍ଘନ କରିଛି  । ହେଲେ କୌଣସି ଟ୍ୱିଟର ଅଧିକାରୀ ଜେଲ ଯାଇନାହାଁନ୍ତି କି ଟ୍ୱିଟର ଉପରେ ପ୍ରତିବନ୍ଧକ ଲଗାଯାଇନାହିଁ ବୋଲି ସେ କହିଛନ୍ତି ।

Advertisment

ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଜ୍ୟାକ ଡୋର୍ସି କହିଛନ୍ତି କି ଭାରତରେ ଯେତେବେଳେ କୃଷକ ଆନ୍ଦୋଳନ ଚାଲିଥିଲା ସେହି ସମୟରେ ସରକାର ଭାରତର ଅନେକ ଟ୍ୱିଟର ହ୍ୟାଣ୍ଡେଲକୁ ବ୍ୟାନ କରିବାକୁ ଚାପ ପକାଇଥିଲେ । କେବଳ ସେତିକି ନୁହେଁ ଏଭଳି ନକଲେ ଟ୍ୱିଟରକୁ ଭାରତରେ ବନ୍ଦ କରାଯିବା ନେଇ ସରକାରଙ୍କ ତରଫରୁ ଧଉଳ ମିଳିଥିବା କଥା ଡୋର୍ସି ଅଭିଯୋଗ କରିଛନ୍ତି । କେବଳ ଭାରତ ସରକାର ନୁହେଁ ବରଂ ଡୋର୍ସି ଏଭଳି କିଛି ଅଭିଯୋଗ ତୁର୍କି ସରକାରଙ୍କ ଉପରେ ମଧ୍ୟ ଆଣିଛନ୍ତି ।

ଟ୍ୱିଟରର ସହ ସଂସ୍ଥାପକଙ୍କ ଏହି ବାର୍ତ୍ତାଳାପ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଏବେ ସମସ୍ତ ବିରୋଧୀଦଳମାନେ ସେୟାର କରିବା ସହ ମୋଦୀ ସରକାରଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ହେଲେ ସରକାରଙ୍କ ତରଫରୁ ଏନେଇ କୌଣସି ଜବାବ୍ ଦିଆଯାଇ ନାହିଁ ।