କନକ ବ୍ୟୁରୋ : ଆଗକୁ କରୋନାଠାରୁ ବି ଭୟଙ୍କର ମହାମାରୀ ଦେଖିବାକୁ ଯାଉଛି ବିଶ୍ୱ । କୋଭିଡ୍-୧୯ଠାରୁ ୭ ଗୁଣା ଅଧିକ ମାରାତ୍ମକ ଓ ସଂକ୍ରାମକ ହୋଇପାରେ ‘ଡିଜିଜ୍ ଏକ୍ସ’ । ଏହା ୫ କୋଟିରୁ ଅଧିକ ଜୀବନ ନେଇପାରେ । ବ୍ରିଟେନ୍ର ଭାକ୍ସିନ୍ ଟାକ୍ସଫୋର୍ସ ମୁଖ୍ୟ କେଟ୍ ବିଂଘମ୍ ଏପରି ଦାବି କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏପରି ମହାମାରୀର ଆଗୁଆ ନାଁ ଦେଇ ସାରିଲାଣି ।

Advertisment

ଏବେ ଥିବା ଭୂତାଣୁର ମ୍ୟୁଟେସନ୍ ଯୋଗୁ ନୂଆ ମହାମାରୀ ବ୍ୟାପିବା ଆଶଙ୍କା ରହିଛି । ଡିଜିଜ୍ ଏକ୍ସ ଆସିବା ପୂର୍ବରୁ ଏହାର ମୁକାବିଲା ପାଇଁ ବ୍ରିଟେନ୍ ବୈଜ୍ଞାନିକମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ୨୫ ପ୍ରକାର ଭୂତାଣୁ ଉପରେ ଅଧ୍ୟୟନ କରାଯାଉଛି । ବିଶେଷ କରି ପଶୁଙ୍କଠାରେ ଥିବା ଭୂତାଣୁ ଉପରେ ଅଧିକ ଫୋକସ୍ କରାଯାଉଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ମହାମାରୀ ବ୍ୟାପିବା ଆଶଙ୍କା ରହିଛି ।