ଗ୍ୟାସ୍ ସମସ୍ୟା ଯୋଗୁଁ ପେଟ ଫୁଲି ଯାଉଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର ।

ଗ୍ୟାସ୍ ସମସ୍ୟା ଯୋଗୁଁ ପେଟ ଫୁଲି ଯାଉଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର ।

source : gazetadita.al

ଗୋଟିଏ ସ୍ଥାନରେ ବେଶି ସମୟ ଯାଏଁ ବସି ରହିବା, ବ୍ୟାୟାମ ନ କରିବା, ଠିକ୍ ଭାବରେ ଖାଦ୍ୟ ଗ୍ରହଣ ନ କରିବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ। ଏହା ଦ୍ୱାରା ଶରୀରରେ ଫ୍ୟାଟ୍ ଜମା ହୋଇଥାଏ। ପେଟରେ ସବୁବେଳେ ଗ୍ୟାସ୍ ଏବଂ ଏସିଡ୍ ହେବା ଦ୍ୱାରା ପେଟ ଫୁଲିଥାଏ। ଖାଦ୍ୟ ଭଲ ଭାବରେ ହଜମ ନ ହେଲେ ପେଟରେ ଗ୍ୟାସ୍ ହୋଇଯାଏ। ପୁଣି ପେଟ ଖାଲି ରହିଲେ ଗ୍ୟାସ ହୋଇଥାଏ। ଏହାବ୍ୟତୀତ ଆହୁରି ଅନେକ କାରଣ ଅଛି, ଯେଉଁଥିପାଇଁ ମଧ୍ୟ ପେଟ ଫୁଲିଥାଏ। ଆସନ୍ତୁ ଜାଣିବା କିପରି ଏହି ସମସ୍ୟା ଦୂର କରିବା। ଏହି ସମସ୍ୟା ଦୂର କରିବା ପାଇଁ ଆମେ ଘରୋଇ ଉପାୟ ଆପଣେଇବା।

publive-image

ରସୁଣ : ରସୁଣ ଖାଇବା ଦ୍ୱାରା ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ ଏବଂ ପାଚନ ଶକ୍ତି ବୃଦ୍ଧି ହୋଇଥାଏ।

ପୁଦିନା :  ପୁଦିନାକୁ ନାଲି ଚା’ ରେ ପକେଇ ପିଇବା ଦ୍ୱାରା ଗ୍ୟାସ୍ କମିଥାଏ। ପ୍ରଥମେ ଗରମ ପାଣିରେ ୨ରୁ ୩ଟି ପୁଦିନା ପତ୍ର ପାଣିରେ ପକାଇ ସିଝାନ୍ତୁ ଏବଂ ତା’ପରେ ଚା’ପତି ଓ ଅନ୍ୟ ସବୁ ଆବଶ୍ୟକୀୟ ଜିନିଷ ଦେଇ ପୁଦିନା ଚା’ ପ୍ରସ୍ତୁତ କରନ୍ତୁ।

ଅଦା : ଅଦାକୁ ନାଲି ଚା’ରେ ବ୍ୟବହାର କରି ପିଅନ୍ତୁ କିମ୍ବା କୌଣସି ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ସେଥିରେବ୍ୟବହାର କରନ୍ତୁ। ୨ବା ୩ ଦିନ ଯାଏଁ ଅଦା ଖାଇବା ଦ୍ୱାରା ପେଟ ଫୁଲିବା ସମସ୍ୟା କମିଯାଏ।

ଗୋଟିଏ ସ୍ଥାନରେ ବେଶି ସମୟ ବସି ରୁହନ୍ତୁ ନାହିଁ ଏବଂ ଟିକିଏ ଚଲାବୁଲା କରନ୍ତୁ । ପାଣି ପ୍ରଚୁର ମାତ୍ରାରେ ପିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe