ଏସିଡ୍ ଆକ୍ରମଣ ଅସଭ୍ୟ ଓ ହୃଦୟହୀନ ଅପରାଧ, ଏହା କ୍ଷମା ଯୋଗ୍ୟ ନୁହେଁ : ସୁପ୍ରିମକୋର୍ଟ

Advertisment
ଏସିଡ୍ ଆକ୍ରମଣ ଅସଭ୍ୟ ଓ ହୃଦୟହୀନ ଅପରାଧ, ଏହା କ୍ଷମା ଯୋଗ୍ୟ ନୁହେଁ : ସୁପ୍ରିମକୋର୍ଟ

source : DNA India

ଦେଶରେ ବିଭିନ୍ନ ସମୟରେ ଦେଖାଦେଇଥିବା ଏସିଡ୍ ଆକ୍ରମଣକୁ ଅସଭ୍ୟ ବର୍ବର ଅପରାଧ ଭାବେ ବିବେଚନା କରିଛନ୍ତି ସୁପ୍ରିମକୋର୍ଟ। ଏଥିରେ ସଂପୃକ୍ତ ଅପରାଧୀକୁ କୌଣସି ପରିସ୍ଥିତିରେ ଦୟା ଦେଖାଇବାର ପ୍ରଶ୍ନ ଉଠୁନାହିଁ ବୋଲି ମଧ୍ୟ ମାନ୍ୟବର ସର୍ବୋଚ୍ଚ ଅଦାଲତ ୨୦୦୪ ମସିହାରେ ହିମାଚଳ ପ୍ରଦେଶର ଜଣେ ୧୯ ବର୍ଷୀୟା ପୀଡ଼ିତାଙ୍କ ଉପରେ ହୋଇଥିବା ଏସିଡ୍ ଆକ୍ରମଣ ମାମଲାର ବିଚାର କରି ଏଭଳି ଟିପ୍ପଣୀ କରିଛନ୍ତି। ପୀଡ଼ିତା ଜଣକ ଭୋଗୁଥିବା ଶାରୀରିକ କଷ୍ଟ ଏବଂ ମାନସିକ ଯନ୍ତ୍ରଣାକୁ କୌଣସି ଅନୁକମ୍ପା ରାଶି କି ଦୋଷୀର ଦଣ୍ଡବିଧାନ ଭରଣା କରିପାରିବନି ବୋଲି ଅଦାଲତ କହିଛନ୍ତି। ଏଥି ସହିତ ୫ ବର୍ଷ ଲେଖାଏଁ ଜେଲ ଦଣ୍ଡ ଭୋଗି ସାରିଥିବା ଅପରାଧୀ ଦ୍ୱୟ ଅଧିକ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ସଂପୃକ୍ତ ପୀଡ଼ିତାଙ୍କୁ ଦେବା ପାଇଁ ବିଚାରପତି ଏ ଏମ୍ ଖାନଵିଲକର ଓ ଅଜୟ ରସ୍ତୋଗିଙ୍କ ଖଣ୍ଡପୀଠ ନିର୍ଦ୍ଦେଶ କରିଛନ୍ତି।

publive-image

ମାମଲାର ବିବରଣୀ ଅନୁଯାୟୀ, ୨୦୦୪ ଜୁଲାଇ ୧୨ରେ ପୀଡ଼ିତା ଜଣକ ନିଜ କଲେଜକୁ ଯାଉଥିବା ବେଳେ ଅଭିଯୁକ୍ତ ଦ୍ୱୟ ବାଇକରେ ଆସି ତାଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲେ। ଏଥିରେ ପୀଡ଼ିତାଙ୍କ ଶରୀରର ୧୬ ପ୍ରତିଶତ ପୋଡ଼ିଯାଇଥିଲା। ପୁଲିସ ରୁଜୁ କରିଥିବା ମାମଲାର ବିଚାର କରି ସ୍ଥାନୀୟ କୋର୍ଟ ଅଭିଯୁକ୍ତମାନଙ୍କୁ ୧୦ ବର୍ଷ ଜେଲଦଣ୍ଡ ଏବଂ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ କରିଥିଲେ। ତେବେ ଏହି ମାମଲାରେ ହାଇକୋର୍ଟ କାରାଦଣ୍ଡକୁ ୫ ବର୍ଷକୁ କମାଇବା ସହ ଜରିମାନାକୁ ୨୫ ହଜାର ଟଙ୍କାକୁ ବଢ଼ାଇ ଦେଇଥିଲେ। ଅପରପକ୍ଷେ, ୨୦୦୮ ମାର୍ଚ୍ଚ ୨୪ ତାରିଖରେ ହାଇକୋର୍ଟ ଦେଇଥିବା ଏହି ରାୟକୁ ରାଜ୍ୟ ସରକାର ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ। ଏହି ଅବସରରେ ଅପରାଧୀ ଦ୍ୱୟ ଜରିମାନା ବାବଦ ଅର୍ଥ ଦାଖଲ ସହ ହାଇକୋର୍ଟ ନିର୍ଦ୍ଦେଶିତ ୫ ବର୍ଷର କାରାବାସ ଭୋଗି ଗତ ଡିସେମ୍ବର ୯ରେ ଖଲାସ ହୋଇସାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe