ପ୍ରେମ ସମ୍ପର୍କରେ କଳହରୁ କରୁଣ ପରିଣତି । ପ୍ରେମିକକୁ ପ୍ରେମିକା ଫିଙ୍ଗିଲା ଏସିଡ୍, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି ।

Advertisment
ପ୍ରେମ ସମ୍ପର୍କରେ କଳହରୁ କରୁଣ ପରିଣତି । ପ୍ରେମିକକୁ ପ୍ରେମିକା ଫିଙ୍ଗିଲା ଏସିଡ୍, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି ।

କନକ ବ୍ୟୁରୋ: ପ୍ରେମ ସମ୍ପର୍କରେ କଳହର କରୁଣ ପରିଣତି । ପ୍ରେମିକକୁ ଏସିଡ ମାରିଲା ପ୍ରେମିକା । ଏଭଳି ଘଟଣା ଘଟିଛି କଟକ ଜଗତପୁର ଅଂଚଳର ଶିକାରୀପୁରରେ । ଏହି ଅଂଚଳରେ ପ୍ରେମିକାକୁ ଏସିଡ ମାଡ କରିଛି ଖୋଦ୍ ପ୍ରେମିକା ବୋଲି ସୂଚନା ମିଳିଛି । ଆହତ ଯୁବକର ନାଁ ଅଲେଖ ବାରିକ । ତାଙ୍କ ଘର ଜଗତପୁର ଶିକାରୀପୁର ନିକଟ ବାରିକ ସାହି ଅଂଚଳରେ । ତେବେ ଗୁରୁତର ଆହତ ଅଲେଖଙ୍କୁ ଏସସିବିରେ ଭର୍ତି କରାଯାଇଛି ।

ଅନ୍ୟପଟେ କେଉଁ କାରଣରୁ ପ୍ରେମିକା ନିଜ ପ୍ରେମିକ ଉପରକୁ ଏସିଡ୍ ମାଡ଼ କରିବାକୁ ପଛାଇଲେ ନାହିଁ, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ଏନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପ୍ରେମିକକୁ ପ୍ରେମିକାର ଏଭଳି ଏସିଡ୍ ମାଡ଼ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe