କନକ ବ୍ୟୁରୋ: ପ୍ରେମ ସମ୍ପର୍କରେ କଳହର କରୁଣ ପରିଣତି । ପ୍ରେମିକକୁ ଏସିଡ ମାରିଲା ପ୍ରେମିକା । ଏଭଳି ଘଟଣା ଘଟିଛି କଟକ ଜଗତପୁର ଅଂଚଳର ଶିକାରୀପୁରରେ । ଏହି ଅଂଚଳରେ ପ୍ରେମିକାକୁ ଏସିଡ ମାଡ କରିଛି ଖୋଦ୍ ପ୍ରେମିକା ବୋଲି ସୂଚନା ମିଳିଛି । ଆହତ ଯୁବକର ନାଁ ଅଲେଖ ବାରିକ । ତାଙ୍କ ଘର ଜଗତପୁର ଶିକାରୀପୁର ନିକଟ ବାରିକ ସାହି ଅଂଚଳରେ । ତେବେ ଗୁରୁତର ଆହତ ଅଲେଖଙ୍କୁ ଏସସିବିରେ ଭର୍ତି କରାଯାଇଛି ।
ଅନ୍ୟପଟେ କେଉଁ କାରଣରୁ ପ୍ରେମିକା ନିଜ ପ୍ରେମିକ ଉପରକୁ ଏସିଡ୍ ମାଡ଼ କରିବାକୁ ପଛାଇଲେ ନାହିଁ, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ଏନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପ୍ରେମିକକୁ ପ୍ରେମିକାର ଏଭଳି ଏସିଡ୍ ମାଡ଼ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/ACID.jpg)