ଗଣ୍ଡଗୋଳରୁ ଏସିଡ଼୍ ମାଡ଼ : ଦୁଇ ଗୁରୁତର; ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

153

କନକ ବ୍ୟୁରୋ : ଗଣ୍ଡଗୋଳ ହୋଇ ପରସ୍ପର ଉପରକୁ ଏସିଡ ମାଡ କରି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଗୁଲୁଣ୍ଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ ଗୁଲୁଣ୍ଡା ଗାଁର ଦୁଇ ଯୁବକ ବିକ୍ରମ ହରିପାଲ ଓ ବୃନ୍ଦାବନ ଛତ୍ରିଆ କୌଣସି କଥାକୁ ନେଇ ମାଡପିଟ ହୋଇଥିଲେ । ଏହାପରେ ଦୁହେଁ ପରସ୍ପରକୁ ଉପରକୁ ଏସିଡି ଫିଙ୍ଗି ଗୁରୁତ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିକ୍ରମ ଓ ବୃନ୍ଦାବନଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏସିଡ ମାଡ ଘଟଣାର ତଦନ୍ତ ବିନିକା ପୁଲିସ କରୁଥିବା ସୂଚନା ମିଳିଛି ।