କନକ ବ୍ୟୁରୋ: ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ବିଜେଡି ନେତା ତଥା ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଲେ । ତେବେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ସେ ସମାଜସେବାରେ ସକ୍ରଅିୟ ରହିବେ ବୋଲି କହିଛନ୍ତି ଅଚ୍ୟୁତ ।

Advertisment

୨୦୧୮ ମସିହା ୭ ମାର୍ଚ୍ଚରେ ଅଚ୍ୟୁତ ସାମନ୍ତ ରାଜନୀତିରେ ପ୍ରବେଶ କରିଥିଲେ । ସେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ୨୦୧୮ ୪ ଅପ୍ରେଲରେ ସେ ରାଜ୍ୟସଭା ଯାଇଥିଲେ । ୨୦୧୯ ନିର୍ବାଚନରେ କନ୍ଧମାଳରୁ ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ବିଜେପିର ଖାରବେଳ ସ୍ୱାଇଁଙ୍କୁ ପରାସ୍ତ କରି ଏକ ଲକ୍ଷ ଭୋଟରେ ନିର୍ବାଚନ ଜିତିଥିଲେ । କିନ୍ତୁ ୨୦୨୪ ନିର୍ବାଚନରେ ପରାସ୍ତ ବରଣ କରିଥିଲେ ।