ବେଞ୍ଚମାର୍କ କ୍ଲାସେସର ଆଚିଭର୍ସ ମିଟ୍, କୃତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

47

କନକ ବ୍ୟୁରୋ: ଭୁବନେଶ୍ୱର ଓ କଟକରେ ଥିବା ବେଞ୍ଚମାର୍କ  କ୍ଲାସେସର ଆଚିଭର୍ସ ମିଟ୍ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନରୁ ନିଟ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସ୍ୱତନ୍ତ୍ର ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ଭାନୁପ୍ରିୟା ଦାସ, ରାଜେନ୍ଦ୍ର ସାମର୍ଥା, କିଟର ନିର୍ଦ୍ଦେଶକ କୁମାର ମହାନ୍ତି ଓ ଶିକ୍ଷାବିତ୍ ଡା. ଦେବସ୍ମିତା ସାହୁ ଯୋଗ ଦେଇଥିଲେ ।

ଚଳିତ ବର୍ଷ ନିଟ ପରୀକ୍ଷାରେ ଅନୁଷ୍ଠାନର ୨୪୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪ ଜଣ ୬୦୦ରୁ ଅଧିକ ନମ୍ବର ରଖିଥିବା ବେଳେ ୬୩ ଜଣ ୫୮୦ରୁ ଅଧିକ ନମ୍ବର ରଖିବାରେ ସଫଳ ହୋଇଛନ୍ତି । ମୋଟ ୭୨୦ରୁ ଆଶୁତୋଷ ପଣ୍ଡା ସର୍ବାଧିକ ୬୬୫ ନମ୍ବର ରଖିଥିବା ବେଳେ ସ୍ୱାଗତ ହୋତା ୬୫୮, ଦିପକ ବେହେରା ୬୫୬, ସମ୍ବିତ କେଶରୀ ବେହେରା ୬୫୪ ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି ।

ଏହି ଛାତ୍ରଛାତ୍ରୀଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରି ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଅନୁଷ୍ଠାନ ନିର୍ଦ୍ଦେଶକ ରୋଟାରିୟନ ପ୍ରସନ୍ନ ଚୌଧୁରୀ ଓ ଦୀପକ ବିଶ୍ୱାଳ ଏହି ଆଚେଭର୍ସ ମିଟ ଜରିଆରେ ଛାତ୍ରଛତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିବର୍ଷ ବେଞ୍ଚମାର୍କର ସଫଳତା ହାର ବଢିବଢି ଚାଲିଛି । ଗତ ବର୍ଷ ୭୨ ଜଣ ସଫଳତା ହୋଇଥିବା ବେଳେ ଏହି ବର୍ଷ ୮୭ ଜଣ କୃତକାର୍ଯ୍ୟ ହୋଇଛନ୍ତି ।