କନକ ବ୍ୟୁରୋ: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ମୃତ ସୌମ୍ୟରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଜି ସାମ୍ନାକୁ ଆସିଛି । ତେବେ ଏହି ରିପୋର୍ଟରେ ତାଙ୍କ ମୃତ୍ୟୁକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ପର୍କରେ ସୂଚନା ମିଳିଛି । ପୋଷ୍ଟମର୍ଟମ ରିପୋର୍ଟ ମୁତାବକ, ପୋଷ୍ଟମର୍ଟମ ହେବାର ପ୍ରାୟ ୬ ଘଣ୍ଟା ପୂର୍ବରୁ ହିଁ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା । ଏହାସହ ତାଙ୍କ ଶରୀରର ବହୁ ଅଂଶ ପୋଡିଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୨ ତାରିଖରେ ଏସିଏଫ୍ ସୌମ୍ୟରଞ୍ଜନଙ୍କର ଦେହରେ ନିଆଁ ଲାଗିବା ହେତୁ ତାଙ୍କ ଦେହର ଅଧିକାଂଶ ଅଂଶ ପୋଡିଯାଇଥିଲା । ଏହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ସେ ଆଖି ବୁଜିଥିଲେ । ହେଲେ ତାଙ୍କର ମୃତ୍ୟୁକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ।
ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
ସାମ୍ନାକୁ ଆସିଲା ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ
ରିପୋର୍ଟରେ ଶରୀରର ବହୁ ଅଂଶ ପୋଡିଯାଇଥିବା ଉଲ୍ଲେଖ
ପୋଷ୍ଟମର୍ଟମର ୪ ଘଣ୍ଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ#Odisha#KanakNews#ACFDeathCasepic.twitter.com/fPgZbGPFU9— Kanak News (@kanak_news) July 26, 2021
ସୌମ୍ୟଙ୍କ ପରିବାର ଲୋକେ ଏହି ମୃତ୍ୟୁ ପଛରେ ତାଙ୍କ ପତ୍ନୀଙ୍କ ହାତ ଥିବା ଅଭିଯୋଗ କରିଥିଲେ । ବିଶେଷକରି ସୌମ୍ୟଙ୍କ ପତ୍ନୀ ଓ ଡିଏଫଓଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା ଯାହାକୁ ଜାଣିବା ପରେ ସୌମ୍ୟଙ୍କୁ ଜାଣିଶୁଣି ହତ୍ୟା କରାଯାଇଛି ବୋଲିି ମଧ୍ୟ ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଏସବୁ ଭିତରେ କିନ୍ତୁ ଆଜି ଆସିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ସୌମ୍ୟଙ୍କ ମୃତ୍ୟୁକୁ ଆଉ ଏକ ଦିଗ ଦେଇଛି ।