ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଆସିଲା ପତ୍ନୀ ବିଦ୍ୟା ଭାରତୀ, ଡିଏଫଓ ଓ ରୋଷେୟାଙ୍କ ଲାଏ ଡିଟେକ୍ସନ ରିପୋର୍ଟ

431

କନକ ବ୍ୟୁରୋ: ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଆସିଲା ଲାଏ ୩ ଜଣଙ୍କ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ବିଦ୍ୟା ଭାରତୀ, ଡିଏଫଓ ଓ ରୋଷେୟାଙ୍କ ରିପୋର୍ଟ ଆସିଲା । ରିପୋର୍ଟ ଉପରେ ତର୍ଜମା କରୁଛନ୍ତି ତଦନ୍ତକାରୀ ଟିମ । ପୁରୁଣା ବୟନା ସହ ଲାଏ ଡିଟେକ୍ସନ ରିପୋର୍ଟକୁ ଅନୁଧ୍ୟାନ କରୁଛି ଟିମ ।

ରିପୋର୍ଟ ଆସିବା ପରେ ତର୍ଜମା କରାଯାଉଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି । ରିପୋର୍ଟ ଆଧାରରେ ଶୁବଶୀଘ୍ର ତଦନ୍ତ ଆଗକୁ ବଢିବ ବୋଲି ସେ କହିଛନ୍ତି । ତେବେ ରିପୋର୍ଟରେ କଣ ରହିଛି ଏଯାଏଁ ସ୍ପଷ୍ଟ କରାଯାଇ ନାହିଁ । ରିପୋର୍ଟ ତର୍ଜମା ପରେ ଏନେଇ ସ୍ପଷ୍ଟ କରାଯାଇପାରେ ।