କନକ ବ୍ୟୁରୋ : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ହାଇକୋର୍ଟରୁ ପତ୍ନୀ ବିଦ୍ୟାଭାରତୀଙ୍କୁ ଆଶ୍ୱସ୍ତି । ଏନବିଡବ୍ଲ୍ୟୁ ଉପରେ ଅନ୍ତରୀଣ ରହିତାଦେଶ କୋର୍ଟ ଜାରି କରିଛନ୍ତି ।କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାରଳାଖେମୁଣ୍ଡି ଏସଡିଜେଏମଙ୍କୁ ଚ୍ୟାଲେଞ୍ଜ କରି ବିଦ୍ୟାଭରତୀ ହାଇକୋର୍ଟ ଯାଇଥିଲେ । ପୂର୍ଵରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଶ୍ୱସ୍ଥି ମିଳିଥିଲା । ଆସନ୍ତା ଜୁଲାଇ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ।
ଏସିଏଫ୍ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଥିବାବେଳେ ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ସରକାରୀ ବାସଭବନରେ ସନ୍ଦେହଜନକ ଭାବେ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ । ୨ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା । କ୍ରାଇମବ୍ରାଞ୍ଚ ଏହି ମାମଲାକୁ ଦୁର୍ଘଟଣା ଦର୍ଶାଇ ଫାଇଲ ବନ୍ଦ କରିଥିଲା । ଏହା ପରେ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟା ଭାରତୀ ଓ ରୋଷେୟାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ପାରଳାଖେମୁଣ୍ଡି ଏସଡିଜେଏମଙ୍କ କୋର୍ଟରେରେ ପିଟିସନ୍ ଦାଏର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/acf-2-750x430-1.jpg)