କ୍ରାଇମବ୍ରାଞ୍ଚ ଦେଲା କ୍ଲିନଚିଟ୍ : ଡିଏଫଓ- ବିଦ୍ୟାଭାରତୀଙ୍କ ଭିତରେ ନାହିଁ କୌଣସି ସମ୍ପର୍କ ।

150

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା । ଘଟଣାରେ ପୂର୍ଣ୍ଣଚ୍ଛେଦ ଟାଣିଲେ କ୍ରାଇମବ୍ରାଞ୍ଚ ଏଡିଜି । ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ହତ୍ୟା ନୁହେଁ ବରଂ ଏହା ଏକ ଦୁର୍ଘଟଣା ବୋଲି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । ଏଥିସହ ଡିଏଫଓଙ୍କୁ କ୍ଲିନଚିଟ୍ ଦେଲା କ୍ରାଇମବ୍ରାଞ୍ଚ । ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ କୌଣସି ସମ୍ପର୍କ ନାହିଁ । ସୌମ୍ୟଙ୍କ ପୋଡି ହେବା ଘଟଣାରେ ବି ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣ ମିଳିନି । ପୂର୍ବରୁ ସୌମ୍ୟ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେଉଥିଲା । ହେଲେ କ୍ରାଇମବ୍ରାଞ୍ଚ ଡିଏଫଓଙ୍କୁ ଶେଷରେ କ୍ଲିନଚିଟ୍ ଦେଇଛି । ପୂର୍ବରୁ ତାଙ୍କୁ ଗଜପତି ଏସପି କ୍ଲିନଚିଟ୍ ଦେଇଥିଲେ ।

ତେବେ ଦୁର୍ଘଟଣା ଥିଲା ସୌମ୍ୟଙ୍କ ମୃତ୍ୟୁ… ଏହି ଘଟଣାକୁ ଦୁର୍ଘଟଣା ଜନିତ ମୃତ୍ୟୁ କୁହାଯାଇପାରିବ ବୋଲି କହିଛି କ୍ରାଇମବ୍ରାଞ୍ଚ । ଏଥିସହ ବିଦ୍ୟାଭାରତୀଙ୍କ ନାଁରେ ଲାଗିଲା ଦଫା । ବିଦ୍ୟାଭାରତାଙ୍କ ବିରୋଧରେ ଚାର୍ଜସିଟି ଦାଖଲ ହୋଇଛି । ବିଦ୍ୟାଭାରତୀଙ୍କ ନାଁରେ ୨୮୫, ୩୦୪ ଏ ଦଫା । ତେବେ ସୌମ୍ୟଙ୍କ ସହ ବିଦ୍ୟାଭାରତୀଙ୍କ ଭଲ ସମ୍ପର୍କ ନଥିଲା । ସ୍ୱାମୀ-ସ୍ତ୍ରୀଙ୍କ ବୈବାହିକ ସମ୍ପର୍କ ଭଲ ନଥିଲା । ସୌମ୍ୟଙ୍କ ନିଆଁ ଲିଭାଇବାକୁ ଯଥା ପୂର୍ବକ ଚେଷ୍ଟା କରିନଥିଲେ ବିଦ୍ୟା । ସ୍ୱାମୀଙ୍କୁ ବଞ୍ଚାଇବାକୁ ଉପଯୁକ୍ତ ପଦକ୍ଷେପ ବି ନେଇ ନଥିଲେ ।