ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା : ପୁଣି ଥରେ ବିଦ୍ୟାଭାରତୀଙ୍କୁ ଜେରା କରିବ ପୋଲିସ; ଗଜପତି ଏସପିଙ୍କ ସୂଚନା

258

କନକ ବ୍ୟୁରୋ : ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ଥରେ ବିଦ୍ୟାଭାରତୀଙ୍କୁ ଜେରା କରିବ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଗଜପତି ଏସପି ତପନ ପଟ୍ଟନାୟକ । ତେବେ ମାମଲାରେ ଏପର୍ଯ୍ୟନ୍ତ ଡିଏଫଓ କିମ୍ବା ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ କ୍ଳିନଚିଟ ଦିଆଯାଇନଥିବା ସେ ସ୍ପଷ୍ଟ କରିଛନ୍ତି । ସବୁ ଦିଗରୁ ତଦନ୍ତ ଜାରି ରହିଛି ।

ଏସପି କହିଛନ୍ତି, ଘଟଣାସ୍ଥଳରୁ ମିଳିଥିବା ଡାଏରୀ ଆଧାରରେ ତଦନ୍ତ ଚାଲିଛି । ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି । ସେପଟେ ଏକ ଟିମ ବଲାଙ୍ଗୀର ଯାଇ ଅଧିକ ଛାନଭିନ କରିବ ବୋଲି ସୂଚନା ମିଳିଛି । ଦେଖି ନିଅନ୍ତୁ କନକ ନ୍ୟୁଜ୍କୁ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇ କଣ କହିଛନ୍ତି ଗଜପତି ଏସପି ।