କନକ ବ୍ୟୁରୋ: ଶୀତ ନସରୁଣୁ ପାନୀୟ ଜଳ ସମସ୍ୟା । ସାଧାରଣତଃ ଗ୍ରୀଷ୍ମରେ ଅନେକ ସ୍ଥାନରୁ ଜଳ ସଂକଟର ଚିତ୍ର ଆସେ । ହେଲେ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଡୁବୁରିସିଂ ଗାଁରେ ଲୋକଙ୍କୁ ମିଳୁନି ପିଇବା ପାଣି । ଯେଉଁ ନଳକୂପ ଅଛି ସେଥିରୁ ପାଣି ବାହାରୁନି । ବାଧ୍ୟ ହୋଇ ପିଇବା ପାଣି ପାଇଁ ନାଳ ଉପରେ ଲୋକେ ଭରସା କରୁଛନ୍ତି ।
ପ୍ରାୟ ଦୁଇ କିଲୋମିଟର ପାହାଡ଼ ତଳକୁ ଖସିଲେ ଗାଁ ଲୋକ ଏହି ନାଳରୁ ପାଣି ଆଣନ୍ତି । ସେହି ନାଳ ପାଣି ପିଇ ଗାଁଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା କହିଛନ୍ତି ଗ୍ରାମବାସୀ । ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଗାଁରେ ପାନୀୟ ଜଳ ସମସ୍ୟା ଏପର୍ଯନ୍ତ ଦୂର ହୋଇପାରୁନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/water-1.jpg)