ଆସାମରେ ବନ୍ୟା ସ୍ଥିତି ଗମ୍ଭୀର । ୧୩ ଜିଲ୍ଲାରେ ସାଢେ ୫ ଲକ୍ଷ ଲୋକ ପ୍ରଭାବିତ, ୬ଜଣଙ୍କ ମୃତ୍ୟୁ ।

Advertisment
ଆସାମରେ ବନ୍ୟା ସ୍ଥିତି ଗମ୍ଭୀର । ୧୩ ଜିଲ୍ଲାରେ ସାଢେ ୫ ଲକ୍ଷ ଲୋକ ପ୍ରଭାବିତ, ୬ଜଣଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବା ସହ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି, ନଦୀଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ପ୍ରଭାବିତ ଲୋକମାନେ ବିଭିନ୍ନ ଅଞ୍ଚଳରେ ଥିବା ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ଆସାମ ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏଏସଡିଏମଏ) ପକ୍ଷରୁ ରବିବାର ଜାରି ବୁଲେଟିନରେ କୁହାଯାଇଛି ଯେ ବନ୍ୟା ରେ ୧୩ଟି ଜିଲ୍ଲାର ସାଢେ ୫ ଲକ୍ଷ ପ୍ରଭାବିତ ହୋଇଛନ୍ତି।

ରାଜ୍ୟର ୩ଟି ପ୍ରମୁଖ ନଦୀ କୋପିଲି, ବରାକ ଓ କୁଶିୟାରା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିଭିନ୍ନ ଜିଲ୍ଲାର ୧୯୩ଟି ରିଲିଫ୍ କ୍ୟାମ୍ପରେ ୩୯ ହଜାରରୁ ଅଧିକ ବିସ୍ଥାପିତ ଆଶ୍ରୟ ନେଇଛନ୍ତି। ଏହା ସହ ଅନ୍ୟ ୮୨ଟି ରିଲିଫ୍ ବଣ୍ଟନ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe