କନକ ବ୍ୟୁରୋ: ସରାୟୁ ଏକ୍ସପ୍ରେସରେ ଜଣେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ କରୁଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛନ୍ତି ପୁଲିସ ଓ ଏସଟିଏଫ । ଅଭିଯୁକ୍ତ ଅନୀଶକୁ ଅଯୋଧ୍ୟାର କଲନ୍ଦରରେ ଏନକାଉଣ୍ଟର କରାଯାଇଛି । କ୍ରସ ଫାୟାରିଙ୍ଗରେ ଅନୀଶର ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ଅନୀଶର ଅନ୍ୟ ଦୁଇ ସହଯୋଗୀଙ୍କୁ ମଧ୍ୟ ପୁଲିସ ଅଯୋଧ୍ୟା ଇନାୟତନଗରରୁ ଗିରଫ କରିଛି । ପୁଲିସର ଗୁଳିରେ ଦୁହେଁ ଆହତ ହୋଇଛନ୍ତି ।

Advertisment

ସୂଚନା ମୁତାବକ, ଅନୀଶ ଦୁଇ ସହଯୋଗୀଙ୍କ ସହ ଟ୍ରେନରେ ଯାଉଥିବାବେଳେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ କରିଥିଲା । ଏପରିକି ମହିଳା କନଷ୍ଟେବଳଙ୍କୁ ମାଡ ମାରି ଲହୁଲୁହାଣ କରିବା ପରେ ବି ତାଙ୍କୁ ମୁଣ୍ଡକୁ ବଗିର ଝରକା ବାହାରକୁ ଦେଖାଇଥିଲେ । ଫଳରେ ମହିଳା ଜଣକୁ ଗୁରୁତର ଆହତ ହୋଇଥିଲେ । ଅଯୋଧ୍ୟା ଷ୍ଟେସନରେ ଟ୍ରେନର ଗତି ଧୀମା ହେବାରୁ ଅନୀଶ ଓ ସହଯୋଗୀମାନେ ଫେରାର ହୋଇଯାଇଥିଲେ । କିନ୍ତୁ ଅଯୋଧ୍ୟା ପୁଲିସ ଓ ରେଲୱେ ପୁଲିସର ମିଳିତ ସହଯୋଗରେ ତାକୁ ଏନକାଉଣ୍ଟର କରାଯାଇ ଅନ୍ୟ ଦୁଇ ଜଣଙ୍କୁ ଗୀବନ୍ତ ଗିରଫ କରାଯାଇଛି ।