ପୋଲିସ ଗାଡିରୁ ଯୁବକ ଫେରାର । ଥାନାକୁ ନିଆଯାଉଥିବା ବେଳେ ଗାଡିରୁ ମାରିଲା ଚମ୍ପଟ

309

କନକ ବ୍ୟୁରୋ: ବରଗଡ ଟାଉନ ଥାନାରୁ ପୋଲିସ ଥାନାକୁ ପଚରାଉଚରା ପାଇଁ ନେଉଥିବାବେଳେ ଜଣେ ଯୁବକ ଚମ୍ପଟ ମାରିଛି । ବିଭିନ୍ନ ମାମଲାରେ ସଂପୃକ୍ତ ଥିବା ଜଣେ ଯୁବକଙ୍କୁ ବରଗଡ ପୋଲିସ ପଚରାଉଚରା ପାଇଁ ଥାନାକୁ ଆଣୁଥିବାବେଳେ ଗାଡିରୁ ସଂପୃକ୍ତ ଯୁବକ ଗାଡିରୁ ଡେଇଁ ଫେରାର ହୋଇଯାଇଛି । ଆଉ ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ପୋଲିସ ସଂପୃକ୍ତ ଯୁବକଙ୍କୁ ଧରିବା ଲାଗି ଦୌଡିଥିଲେ ବି ଏଥିରେ ସଫଳ ହୋଇନଥିଲେ । ତେବେ କେଉଁ କାରଣ ପାଇଁ ଯୁବକଙ୍କୁ ଥାନାକୁ ଅଣାଯାଉଥିବା ତାହା ସ୍ପଷ୍ଟ ହୋଇନାହିଁ । ବରଗଡ ପୋଲିସ ବିଭିନ୍ନ ମାମଲାରେ ଲିପ୍ତ ଥିବା ବ୍ୟକ୍ତିଙ୍କ ଫଟୋ ଉଠାଇ ରଖୁଛି । ଏପିରି ସଂପୃକ୍ତ ଅଭିଯୁକ୍ତ ଡାଟା ବେସ ବି ତିଆରି କରାଯାଉଛି ।