କନକ ବ୍ୟୁରୋ: ଚାଉଳ ଯୋଗାଣରେ ହେରଫେର ଖବର କନକ ନ୍ୟୁଜରେ ପ୍ରସାରଣ ପରେ ଚେତିଛନ୍ତି ରାଜ୍ୟ ସରକାର । ବସ୍ତାରୁ ଚାଉଳ ଗାଏବ ଘଟଣାରେ ଏବେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବସ୍ତାରୁ କାହିଁକି ଚାଉଳ କମୁଛି ତାହାର ତଦନ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟ କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଥିସହ ଚାଉଳ ଗୋଦାମରେ ଅଚାନକ ଚଢାଉ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଖାଲି ଏତିକି ନୁହେଁ ଚାଉଳ ନେଉଥିବା ଗାଡିରେ ଜିପିଏସ ଲଗାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଚାଉଳ ଚୋରିର କାର୍ପଟଦାରଙ୍କୁ କୌଣସି ପରିସ୍ଥିତିରେ ଛଡାଯିବ ନାହିଁ ବୋଲି କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି ।
ବସ୍ତାରୁ ଚାଉଳ ଗାଏବ ଘଟଣାରେ ସରକାରଙ୍କ କଡା ଆଭିମୁଖ୍ୟ
କାହିଁକି କମୁଛି ଚାଉଳ ଆରମ୍ଭ ହେଲା ତନାଘନା
ଗୋଦାମରୁ ନେଇ ବ୍ଲକ ସ୍ତର ଯାଏଁ ହେବ ଚଢ଼ାଉ
ଚାଉଳ ବୋଝେଇ ଗାଡ଼ିରେ ଲାଗିବ ଜିପିଏସ
ଗୋଦାମରେ ଲାଗିବ ସିସିଟିଭି କ୍ୟାମେରା
ଚାଉଳ ଚୋରିର କାର୍ପଟଦାରଙ୍କୁ ଛଡାଯିବ ନାହିଁ: ମନ୍ତ୍ରୀ
‘ସମ୍ପୃକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ୟ୍ୟାନୁଷ୍ଠାନ ହେବ’
ଗୋଟିଏ ବସ୍ତାରେ ୫୦ କିଲୋ ୫୭୦ ଗ୍ରାମ ଓଜନର ଚାଉଳ ରହିବା କଥା
ବସ୍ତାରେ ରହୁଛି ୪୭ କିଲୋ ୧୧୦ ଗ୍ରାମ ଚାଉଳ ରହୁଛି
କେଉଁଠି କେଉଁଠି ବସ୍ତାରେ ୪୫ କିଲୋ ୫୩୦ ଗ୍ରାମ ଚାଉଳ ରହୁଛି
ରାଜ୍ୟରେ ୨୫ ଲକ୍ଷରୁ ଅଧିକ ଭୂତ ହିତାଧିକାରୀ ଚିହ୍ନଟ ହୋଇଥିବା ମନ୍ତ୍ରୀ କହିଛନ୍ତି
ମାସକୁ ଗୋଟିଏ କାର୍ଡରେ ହାରାହାରି ୨୫ କିଲୋ ଚାଉଳ ପାଇଥାନ୍ତି
ଚାଉଳ କିଲୋ ୩୦ ଟଙ୍କା ହେଲେ ବର୍ଷକୁ ଘୋଟାଲା ୨ ହଜାର ୨୫୦ କୋଟି ହେବ
ବିଜେଡି ସରକାର ବିରୋଧରେ ଏଭଳି ସଂଗୀନ ଓ ସାଂଘାତିକ ଅଭିଯୋଗ ଆଣିଛନ୍ତି ନୂଆ ସରକାର