ବ୍ୟାଙ୍କ ଲୁଟର ଡେମୋ ଦେଖାଇଲା ଅଭିଯୁକ୍ତ: ନଭେମ୍ବର ୩୦ରେ କେମିତି କରିଥିଲା ସୁନା ଲୁଟ୍, କେଉଁଠୁ ଆଣିଥିଲା ଲକର ଚାବି ରଖିଲା ଜବାବ?

107

କନକ ବ୍ୟୁରୋ: ବ୍ୟାଙ୍କ ଲୁଟର ଡେମୋ ଦେଖାଇଲା ଅଭିଯୁକ୍ତ । ବ୍ୟାଙ୍କକୁ କେମିତି ଚୋରି କରିଥିଲା ତାର ଡମୋ ଦେଖାଇଛି ଅଭିଯୁକ୍ତ ଶେଖର କୁଳଦୀପ । ପୋଲିସ ଉପସ୍ଥିତିରେ କହିଛି, ନଭେମ୍ବର ୩୦ ତାରିଖ ରାତିରେ କେଉଁଠି ରହିଥିଲା ଓ କେମିତି ଲକର ଚାବି ବାହାର କରି ସବୁ ସୁନା ଚୋରି କରି ନେଇଥିଲା । ଭାରତୀ ଷ୍ଟେଟ ବ୍ୟାଙ୍କର କୋରାପୁଟ ଲକ୍ଷ୍ମୀପୁର ଶାଖାରୁ ଦେଢ଼ କେଜି ସୁନା ଘଟଣାରେ ପୂର୍ବତନ ଅସ୍ଥାୟୀ କର୍ମଚାରୀକୁ ଗିରଫ ହୋଇଥିବା ବେଳେ ଆଜି ଅଭିଯୁକ୍ତ ଘର କରୁଥିବା ସ୍ଥାନକୁ ସିଜ କରିଛି ପୁଲିସ ।

ଚୋରୀ ସୁନାରୁ ୧ କେଜି ୧୧୯ ଗ୍ରାମ ସୁନା ଜବତ ହୋଇଥିବା ବେଳେ ବଳକା ୪ଶହ ଗ୍ରାମ ସୁନାକୁ ଖୁବ୍ଶୀଘ୍ର ଜବତ କରାଯିବ ବୋଲି ପୋଲିସ ସୁଚନା ଦେଇଛି । ନାରାୟଣ ପାଟଣା, ଲକ୍ଷ୍ମୀପୁର ଓ କାକିରିଗୁମ୍ମାର ଥାନାର ୩ ଜଣ ଆଇଆଇସିଙ୍କ ତତ୍ୱବଧାନାରେ ଏହି ଲୁଟ୍ର ତଦନ୍ତ ଜାରି ରହିଛି । ଏଥିରେ ଆଉ କାହାର ହାତ ରହିଛି ତାର ଖୋଳତାଡ ଜାରି ରହିଛି । ଏହି ଘଟଣାରେ ବ୍ୟାଙ୍କର ମଧ୍ୟ ତୃଟି ରହିଥିବା କୋରାପୁଟ ଏସପି କହିଛନ୍ତି । ବ୍ୟାଙ୍କର ଉଚ୍ଚ ପଦସ୍ଥ ଅଧିକାରୀ ଏହା ଉପରେ ତଦନ୍ତ କରି ଆକ୍ସନ ନେବେ ବୋଲି ସେ କହିଛନ୍ତି ।

ସେପଟେ ବ୍ୟାଙ୍କ ଲକରରୁ ସୁନା ଚୋରିର ୪୫ ଦିନ ପରେ ବ୍ୟାଙ୍କ କର୍ତୃପକ୍ଷ ଏ ବାବଦରେ ଜାଣିବା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ବ୍ୟାଙ୍କ ମ୍ୟାନେଜର କହିଛନ୍ତି, ଚଳିତ ମାସ ୧୪ ତାରିଖରେ ସେ ଚୋରି ସଂପର୍କରେ ଜାଣି ଥାନାରେ ଏତଲା ଦେଇଥିଲେ ।