ଜାମିନରେ ଆସିଲେ ନଳିନୀ ଶ୍ରୀହରନ୍ ! ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଅଭିଯୋଗରେ କାଟୁଥିଲେ ଆଜୀବନ କାରାଦଣ୍ଡର ସଜା ।

765

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ୧୯୯୧ ମସିହାରେ ହୋଇଥିଲା ଏବଂ ଏହି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡର ସଜା କାଟୁଥିବା ନଳିନୀ ଶ୍ରୀହରଣ୍ ଙ୍କୁ ୩୦ ଦିନର ପାରୋଲ୍ ମିଳିବା ପରେ ଗୁରୁବାର ତାଙ୍କୁ ଜେଲରୁ ଜାମିନ୍ ମିଳିଯାଇଛି । ନଳିନୀଙ୍କୁ ବେଲ୍ଲୋରର ବିଶେଷ ମହିଳା କାରଗାରରୁ ୩୦ ଦିନ ପାଇଁ ଜାମିନ୍ ମିଳିଯାଇଛି । ଏହାପୂର୍ବରୁ ନଳିନୀ ମଦ୍ରାସ୍ ହାଇକୋର୍ଟରେ ଝିଅ ବିବାହରେ ପ୍ରସ୍ତୁତି ପାଇଁ ପାରୋଲ୍ ମାଗିଥିଲେ । ଯାହାକୁ କୋର୍ଟ ସ୍ୱୀକୃତ କରି ୩୦ ଦିନର ପାରୋଲର ଆଦେଶ ଦେଇଛନ୍ତି । ତେବେ କୋର୍ଟଙ୍କ ଆଦେଶ ଅନୁସାରେ ନଳିନୀ ବେଲ୍ଲୋରରେ ହିଁ ରହିବେ ଏବଂ ରାଜନେତା ଓ ଗଣମାଧ୍ୟମ ସହ ସଂପର୍କରେ ଆସିବେ ନାହିଁ । ନଳିନୀଙ୍କୁ ଗତବର୍ଷ ମଧ୍ୟ ପିତାଙ୍କ ଦେହାନ୍ତ ଅବସରରେ ଗୋଟିଏ ଦିନ ପାଇଁ ପାରୋଲ୍ ରେ ଛଡା ଯାଇଥିଲା ।

ନଳିନୀଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଅଭିଯୋଗରେ ପ୍ରଥମେ ମୃତ୍ୟୁଦଣ୍ଡ ଶୁଣାଯାଇଥିଲା କିନ୍ତୁ ୨୦୦୦ ମସିହା ଏପ୍ରିଲ୍ ୨୪ ତାରିଖରେ ତାମିଲନାଡୁ ସରକାର ଫାଶୀ ବଦଳରେ ଆଜୀମନ କାରାଦଣ୍ଡର ସଜା ଶୁଣାଇଥିଲେ । ନଳିନୀ ୨୭ ବର୍ଷ ହେଲା ଅଧିକ ସମୟ ଧରି ଜେଲ୍ ରେ ବନ୍ଦ ରହିଛନ୍ତି ।