ଗଞ୍ଜାମ ମଧୁରଝୁରି ଗାଁରେ ଅଭାବନୀୟ କାଣ୍ଡ: ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା ଅଭିଯୋଗ 

ଗଞ୍ଜାମ ମଧୁରଝୁରି ଗାଁରେ ଅଭାବନୀୟ କାଣ୍ଡ: ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା ଅଭିଯୋଗ 

କନକ ବ୍ୟୁରୋ: ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା ଅଭିଯୋଗ । ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ଗଂଜମ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମଧୁରଝୋଳି ଗାଁରେ ଏଭଳି ଘଟଣା ଘଟିଛି । ଆହତଙ୍କୁ ଚିକିତ୍ସା କରାଯାଉଥିବା ବେଳେ ଏହାକୁ ନେଇ ଗାଁରେ ଉତେଜନାମୂଳକ ସ୍ଥିତି ଲାଗି ରହିଛି । ଗାଁର ଯୁଧିଷ୍ଠିର ନାହାକଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । କବିସୂର୍ଯ୍ୟନଗର ପୋଲିସ, ପୁରୁଷୋତମପୁର ଥାନାର ବରିଷ୍ଠ ଅଧିକାରୀ, ତହସିଲଦାରଙ୍କ ସହ ସାଇଂଟିଫିକ୍ ଟିମ୍ ଓ  ୪ପ୍ଲାଟୁନ୍ ପୋଲିସ ଫୋର୍ସ ଗାଁରେ ଚଢଉ କରି  ଶତାଧିକ ମହିଳା ଓ  ପୁରୁଷଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe