କନକ ବ୍ୟୁରୋ: ବର୍ଷକ ପରେ ଧରା ପଡିଲା ଫେରାର ନାବାଳିକା ଅପହୃତା ଅଭିଯୁକ୍ତ। ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ। ଗତବର୍ଷ ଅଗଷ୍ଟ ମାସରେ ଓଲ୍ଡଟାଉନ ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିଲା। ଏନେଇ ଥାନାରେ ଅପହରଣ ଅଭିଯୋଗ କରିଥିଲେ ପରିବାର ଲୋକେ। ଘଟଣାର ତଦନ୍ତ କରି ଲିଙ୍ଗରାଜ ଥାନା ପୋଲିସ ନାବାଳିକା ଝିଅକୁ ଉଦ୍ଧାର କରିବା ସହ ଅଭିଯୁକ୍ତ କାଳିଆ ବେହେରାକୁ ଗିରଫ କରିଥିଲା। ତେବେ ପୋଲିସ ହେପାଜତରେ ଥିବା ବେଳେ ପାଣି ପିଇବା ନାଁରେ ପୋଲିସକୁ ଚକମା ଦେଇ ଥାନାରୁ ଫେରାର ହୋଇଥଲା। ତେବେ ସୋମବାର କାଳିଆ ଘରକୁ ଆସୁଥିବାର ଖବର ପାଇଥିଲା ଲିଙ୍ଗରାଜ ଥାନା ପୋଲିସ। ଆଉ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ତାକୁ ଗିରଫ କରିଥିଲା ପୁଲିସ।