ନୟାଗଡ ଯଦୁପୁର 'ପରୀ' ହତ୍ୟା ମାମଲା : ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଅମଙ୍ଗ ହେଲା ଅଭିଯୁକ୍ତ

Advertisment
ନୟାଗଡ ଯଦୁପୁର 'ପରୀ' ହତ୍ୟା ମାମଲା : ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଅମଙ୍ଗ ହେଲା ଅଭିଯୁକ୍ତ

କନକ ବ୍ୟୁରୋ : ନାର୍କୋ ଟେଷ୍ଟ ପାଇଁ ଅସମତି ପରେ ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଅମଙ୍ଗ ହେଲା ପରୀ ଅଭିଯୁକ୍ତ । ଆଜି ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡର୍ରେ ଏନେଇ ଶୁଣାଣୀ ଚାଲିଥିବା ବେଳେ ବ୍ରେନ ମ୍ୟାପିଂ ପାଇଁ ଅଭିଯୁକ୍ତ ରାଜି ହୋଇନଥିବା ସୂଚନା ମିଳିଛି । ତେବେ କୋର୍ଟ ଏସଆଇଟିର ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି । ଆଜି ଅନୁଗୁଳ ବାଳ ସୁଧାର ଗୃହରୁ ଆଣି ଅଭିଯୁକ୍ତକୁ ହାଜର କରିଥିଲା ପୁଲିସ । ଗତ ୮ ତାରିଖରେ ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଥିଲା ଏସଆଇଟି । ଏହା ପୂର୍ବରୁ ମଧ୍ୟ ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇନଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତର ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ନୟାଗଡ଼ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ଏସ୍‌ଆଇଟି ପକ୍ଷରୁ ଆବେଦନ କରାଯାଇଥିଲା। ଏଥିସହିତ, ଅଭିଯୁକ୍ତର ମୋବାଇଲ ସହ ପରୀ ମୃତଦେହ ମିଳିଥିବା ବସ୍ତାରେ ଯେଉଁ ତାର ବନ୍ଧା ଯାଇଥିଲା, ତାକୁ ମଧ୍ୟ ଫରେନସିକ୍‌ ଲ୍ୟାବ୍‌କୁ ପଠାଇବାକୁ ଏସ୍ଆଇଟି ଆବେଦନ କରିଥିଲା। ଏସବୁର ଓଡ଼ିଶାରେ ପରୀକ୍ଷା ହୋଇ ନ ପାରିବାରୁ ଗୁଜୁରାଟସ୍ଥିତ ଲ୍ୟାବ୍‌କୁ ପଠାଇବାକୁ ଆବେଦନ କରିଥିଲା ଏସ୍‌ଆଇଟି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe