ରାଉରକେଲା ଜାତୀୟ ରାଜପଥ ଉପରୁ କ୍ରସର ମାଲିକଙ୍କୁ ଅପହରଣ ଅଭିଯୋଗ । ଅପହରଣର କାରଣ ଅସ୍ପଷ୍ଟ । ଦାଦାବଟି ପାଇଁ ଉଠାଇ ନେଇଥିବା ସନ୍ଦେହ

104

କନକ ବ୍ୟୁରୋ : ରାଉରକେଲା ଜାତୀୟ ରାଜପଥ ଉପରୁ କ୍ରସର ମାଲିକ ତଥା ଠିକାଦାରଙ୍କୁ ଅପହରଣ ଅଭିଯୋଗ । ଅପହୃତ କ୍ରସର ମାଲିକ ଜଣଙ୍କ ହେଲେ ପ୍ରଦୀପ କୁଣ୍ଡୁ । ଶନିବାର ବିଳମ୍ବିତ ସନ୍ଧ୍ୟାରେ ରାଉରକେଲା ବାସଭବନକୁ ନିଜ କାରରେ ଫେରୁଥିବା ବେଳେ ଜାତୀୟ ରାଜପଥ ଉପରୁ ପ୍ରଦୀପଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏହାପରେ ବୀରମିତ୍ରପୁର ପୋଲିସ ଅପହୃତ କ୍ରସର ମାଲିକଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ ହୋଇଛି ।

କେଉଁ କାରଣରୁ ତାଙ୍କୁ ଅପହରଣ କରାଯାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଦାଦା ବଟି ପାଇଁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । କ୍ରସର ମାଲିକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି ପୋଲିସ ।