ସାମ୍ନାକୁ ଆସିଲା ଅଭିଯୁକ୍ତ ଜଗନ୍ନାଥର ହ୍ୱାଟସଆପ୍ ଚାଟ । ଲେଖିଥିଲେ ଦୁନିଆ ଛାଡ଼ି ଯାଉଛି, ବଞ୍ଚିବାକୁ ଇଚ୍ଛା ନାହିଁ 

1,616

କନକ ବ୍ୟୁରୋ: ସାମ୍ନାକୁ ଆସିଲା ଅଭିଯୁକ୍ତ ଜଗନ୍ନାଥର ହ୍ୱାଟସଆପ୍ ଚାଟ । ନିଜ ସମ୍ପର୍କୀୟଙ୍କ ପାଇଁ ଲେଖିଥିଲା ହ୍ୱାଟ୍ସଆପ ମେସେଜ । ମୁଁ ଦୁନିଆ ଛାଡି ଯାଉଛି, କେବେ ମଜାରେ କି ରାଗରେ କିଛି କହିଥିଲେ କ୍ଷମା କରିବେ । ଭାଗ୍ୟରେ ଥିଲେ ତୁମ ପରି ଭାଉଜ ମିଳନ୍ତି, ହେଲେ ମୁଁ ହତଭାଗା ।

ଆଉ ନିଜ ବଡ ଭାଇ ପାଇଁ ମେସେଜରେ ଲେଖିଥିଲେ, ବଞ୍ଚିବାକୁ ଟିକେ ବି ଇଚ୍ଛା ନାହିଁ । ଯାହାକୁ ଭଲ ପାଉଥିଲି ସେ ମତେ ପୂରା ବର୍ବାଦ କରି ଦେଇଛି । ମୁଁ କଣ କରିବି, ବାଧ୍ୟରେ ଯାଉଛି, ତୁମ ମାନଙ୍କୁ ବହୁତ ମିସ କରିବି । ଏ କଷ୍ଟ ଆଉ ସହି ପାରିଲିନି, ମୋର ଆଉ ବଞ୍ଚିବାକୁ ଇଚ୍ଛା ନାହିଁ । ମୁଁ ମୋର ମାନସିକ ଭାରସାମ୍ୟ ହରାଇ ବସିଛି ।

ଭୁବନେଶ୍ୱର ମହିଳା ହତ୍ୟା ମାମଲାରେ ତନାଘନା ଆରମ୍ଭ କରିଛି ପୋଲିସ୍  । ତଦନ୍ତ ପାଇଁ ଏକ ଟିମ୍ ଗଠିତ ହୋଇଛି  । ଏହି ଟିମ୍ ଯାଜପୁର ଯାଇ ଅଧିକା ତଦନ୍ତ କରିବ  । ଅଭିଯୁକ୍ତ ଜଗନ୍ନାଥ ଏବେ ଚିକିତ୍ସିତ ହେଉଛନ୍ତି  । ସେ ସୁସ୍ଥ ହେଲେ ତାଙ୍କୁ ପଚରାଉଚରା କରାଯିବ  ।