ପ୍ରିୟଙ୍କା ମୃତ୍ୟୁ ମାମଲାରେ ପୁଲିସ ପାଇଲା ପ୍ରମାଣ । ଅଭିଯୁକ୍ତ ଜଗନ୍ନାଥ କରିଛି ହତ୍ୟା, ଚିକିତ୍ସାରୁ ଭଲ ହେବା ପରେ ଜେରା କଲା ପୋଲିସ ।

1,255

ଅପରାଧୀ କହିଲା ଅପରାଧର କାହାଣୀ 

କେମିତି ମାରିଲା, କାହିଁକି ମାରିଲା?

ପୁଲିସ ଆଗରେ ବଖାଣିଲା ଅଭିଯୁକ୍ତ

କନକ ବ୍ୟୁରୋ: ଭୁବନେଶ୍ୱର ଭୀମଟାଙ୍ଗୀର ପ୍ରିୟଙ୍କା ହତ୍ୟା ମାମଲା ଉପରୁ ପରଦା ହଟିଛି । ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୁଲିସ ତାକୁ ଏୟାରଫିଲ୍ଡ ଥାନାକୁ ଆଣି ଜେରା କରିଛି ଆଉ ପୁଲିସ ଆଗରେ ଜଗନ୍ନାଥ ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ।

ପ୍ରିୟଙ୍କାଙ୍କୁ କାହିଁକି ହତ୍ୟା କଲା, କିପରି ହତ୍ୟା କଲା ପୁଲିସ ଆଗରେ ଜେରା ବେଳେ ଗୋଟି ଗୋଟି କରି କହିଛି ଜଗନ୍ନାଥ । ପ୍ରେମରେ ବିଫଳତା ପରେ ପ୍ରିୟଙ୍କା ଓ ତା କୁନି ପିଲାକୁ ହତ୍ୟା ଯୋଜନା କରିଥିଲା ଅଭିଯୁକ୍ତ । ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁସାରେ ଘଟଣାର ୩-୪ ଦିନ ଆଗରୁ ସୁଇସାଇଡ ନୋଟ ଲେଖି ହତ୍ୟା କରିବାକୁ ମନସ୍ଥ କରିଥିଲା ଜଗନ୍ନାଥ ।

ରାକେଶ ସାହୁ ଓ ପ୍ରିୟଙ୍କା ଭଡାରେ ରହୁଥିବା ଘରେ ପହଞ୍ଚି ଜଗନ୍ନାଥ ପ୍ରିୟଙ୍କାଙ୍କୁ ଫେରାର ହେବାକୁ କହିଥଲା । ପ୍ରିୟଙ୍କା ମନା କରିବାରୁ ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ସମୟରେ ଘର ମାଲିକ ଆସିଯିବାରୁ, ବାଥ ରୁମରେ ଲୁଚି ଯାଇଥିଲା ଜଗନ୍ନାଥ । ଦହିବରା ଖାଇବା ପାଇଁ ପ୍ରିୟଙ୍କାଙ୍କ ପୁଅକୁ ଘର ମାଲିକ ନେଇଯିବାରୁ ବର୍ତ୍ତିଯାଇଥିଲା କୁନି ପିଲାର ଜୀବନ । ଘର ମାଲିକ ଚାଲିଯିବା ପରେ ପ୍ରିୟଙ୍କା ଓ ଜଗନ୍ନାଥଙ୍କ ମଧ୍ୟରେ ଯୁକ୍ତିତର୍କ ଉଗ୍ରରୂପ ନେଇଥିଲା । ଏହାପରେ ପୂର୍ବ ଯୋଜନା ଅନୁସାରେ ପ୍ରିୟଙ୍କାଙ୍କୁ ବାହାର ଘରେ ଗଳାକାଟି ହତ୍ୟା କରି, ଭିତର ରୁମକ ଘୋଷାଡି ଘୋଷାଡି ନେଇଥିଲା । ସେଠାରେ କୋଲ୍ଡ ଡ୍ରିଙ୍କସରେ ବିଷ ମିଶାଇ ପିଇବା ପରେ ଫଟୋ ଉଠାଇ ପ୍ରିୟଙ୍କାଙ୍କ ସ୍ୱାମୀଙ୍କ ପାଖକୁ ଫଟୋ ପଠାଇଥିଲା ଜଗନ୍ନାଥ ।

ସୂଚନାଯୋଗ୍ୟ ଯେ, ଜୁଲାଇ ୫ ତାରିଖରେ ଭୀମଟାଙ୍ଗିର ଭଡାଘରୁ ପ୍ରିୟଙ୍କାଙ୍କ ମୃତଦେହ ପାଖରେ ଅଚେତ ହୋଇପଡିଥିଲା ଜଗନ୍ନାଥ । ଅଭିଯୁକ୍ତ ଗଳା କାଟିଥିବା ଛୁରୀ ମଧ୍ୟ ଘଟଣାସ୍ଥଳରୁ ଜବତ ହୋଇଛି । ସବୁ ପ୍ରମାଣ ଜଗନ୍ନାଥ ହତ୍ୟାକାରୀ ବୋଲି ପ୍ରମାଣ ଦେଉଥିବା ବେଳେ ଏବେ ଅଭିଯୁକ୍ତ ମଧ୍ୟ ହତ୍ୟା କରିଥିବା ସ୍ୱୀକାର କରିଛି ।