କନକ ବ୍ୟୁରୋ: ବାହାନଗା ଟ୍ରେନ ଟ୍ରାଜେଡିର ସତ ଖୋଜୁଛି ସିବିଆଇ । ଗିରଫ ୩ ଜଣ ଅଭିଯୁକ୍ତକୁ ଆଉ ୪ ଦିନ ରିମାଣ୍ଡରେ ନେଇଛି ତଦନ୍ତକାରୀ ଏଜେନ୍ସି । ଷଡଯନ୍ତ୍ର ନା ଅବହେଳା ତାର କାରଣ ଖୋଜୁଛି ତଦନ୍ତକାରୀ ଟିମ  । ୫ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ, ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଆଉ ଏହି ସମୟରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସେକ୍ସନ ଇଞ୍ଜିନିୟର ଅମିର ଖାନ ।

Advertisment

ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୩ ଅଭିଯୁକ୍ତଙ୍କୁ ଆଉ ୪ଦିନ ରିମାଣ୍ଡରେ ନେଇଛି ସିବିଆଇ । ତଦନ୍ତକାରୀ ଟିମ ୫ଦିନ ରିମାଣ୍ଡ ମାଗିଥିବାବେଳେ ୪ଦିନ ପାଇଁ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଅର୍ଥାତ ସିଗନାଲ ସିନିୟର ସେକ୍ସନ୍ ଇଂଜିନିୟର ଅରୁଣ ମହାନ୍ତ, ସେକ୍ସନ୍ ଇଂଜିନିୟର ମହମ୍ମଦ ଅମିର ଖାନ୍ ଓ ଟେକ୍ନିସିଆନ୍ ପପୁ କୁମାରଙ୍କୁ ଆହୁରି ୪ଦିନ ଗୁଡେଇ ତୁଡେଇ ପ୍ରଶ୍ନ କରିବେ ସିବିଆଇ ଅଧିକାରୀ ।

୫ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ, ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଆଉ ଏହି ସମୟରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସେକ୍ସନ ଇଞ୍ଜିନିୟର ଅମିର ଖାନ । ତେବେ ଅଭିଯୁକ୍ତଙ୍କୁ ଜାମିନ ପାଇଁ ଆବେଦନ କରିଛନ୍ତି ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ ଓ ସେକ୍ସନ ଇଞ୍ଜିନିୟର ଅମିର ଖାନଙ୍କ ଓକିଲ । ଏବଂ ତରବରିଆ ଭାବେ ଗିରଫ କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଏଥିସହ ଅଧିକ ତଦନ୍ତ ପାଇଁ ସନ୍ଦେହରେ ଥିବା ଆଉ ୫ଜଣ ରେଳବାଇ କର୍ମଚାରୀଙ୍କ ସିବିଆଇ ସମନ କରିଥିବା ଜଣାପଡିଛି । ଏବଂ ୨ଜଣ ହାଜର ହୋଇଥିବା ସୂଚନା ମିଳିଛି ।