କନକ ବ୍ୟୁରୋ: ଭୁବନେଶ୍ୱରରେ ବାୱରିଆ ଗ୍ୟାଙ୍ଗ ଗିରଫ ଘଟଣା । ଟିଆଇ ପରେଡରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି । ବାୱରିଆ ଗ୍ୟାଙ୍ଗର ମୁଖ୍ୟ ପ୍ରଦୀପ କୁମାରକୁ ଚିହ୍ନଟ କରିଛନ୍ତି ବଡଗଡ ଅଞ୍ଚଳର ଅଭିଯୋଗକାରୀ ମହିଳା । ଏନେଇ ଭୁବନେଶ୍ୱର ଝାରପଡା ଜେଲରେ ଟିଆଇ ପରେଡ ହୋଇଥିଲା । ଅଭିଯୁକ୍ତଙ୍କ ଭଳି ଅବିକଳ ୧୦ଜଣଙ୍କୁ ରଖାଯାଇ ଏହି ଟିଆଇ ପରେଡ କରାଯାଇଥିବା ବେଳେ ମହିଳା ଜଣକ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିିଲେ ।

Advertisment

କମିଶନରେଟ ପୁଲିସ ହାତରେ ଧରାପଡିଥିବା ବାୱରିଆ ଗ୍ୟାଙ୍ଗ କେବଳ ଓଡ଼ିଶାରେ ୨୮ଟି ମାମଲାରେ ସମ୍ପୃକ୍ତି ଥିବା ବେଳେ ରାଜ୍ୟ ବାହାରେ ସେମାନଙ୍କ ନାଁରେ ୧୦୦ରୁ ଅଧିକ ମାମଲା ରହିଛି । ମାମଲାର ମାଷ୍ଟରମାଇଣ୍ଡ ପ୍ରଦୀପ ଓ ବିକାଶ ନାଁରେ ଚେନ୍ନାଇ, ବେଙ୍ଗାଲୁରୁ ନେଇ ଜୟପୁରରେ ମାମଲା ରହିଛି । ସେହିଭଳି ପାନିପଥ, ଝାଂଜରା ଓ କନ୍ନଲ ସହରରେ ସର୍ବାଧିକ ମାମଲା ରହିଛି ।

ଓଡ଼ିଶା ପୁଲିସ ଦିଲ୍ଲୀ କ୍ରାଇମବ୍ରାଞ୍ଚ, ଆଇବି ଓ ୟୁପି ଏସଟିଏଫ ସହିତ ଯୋଗାଯୋଗରେ ରହିଛି । ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ଲୁଟ ସୁନା ସବୁ ୟୁପିରେ ରଖିଛି । ଯାହାର ସନ୍ଧାନ ପାଇଛି ସ୍ପେଶାଲ ସ୍କ୍ୱାଡ । ଏନେଇ ଏହି ଟିମ୍ ଦିଳ୍ଲୀ ଯାଇ ଗ୍ୟାଙ୍ଗର ତଥ୍ୟ ହାସଲ କରିବ । ତେବେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ୩ଦିନିଆ ରିମାଣ୍ଡରେ ଆଣିବାକୁ ସୋମବାର କୋର୍ଟରେ ଆବେଦନ କରିବ କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ ।